fbpx
BSKY
BJD SHG SKY
BJD YOUTH SKY

କଟକ ଓ ଭୁବନେଶ୍ୱର ହେବକି ସମ୍ପୂର୍ଣ୍ଣ ଅନଲକ୍? ଜାଣନ୍ତୁ DMETଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁସଂଖ୍ୟାରେ ରୋକ୍ ଲାଗିପାରୁନି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ କିଛିଟା ନିୟମ କୋହଳ କରାଯାଇଥିଲେ ବି ଆଉ କିଛି କଟକଣା ରହିଛି । ଆଉ ୨ ଦିନ ମଧ୍ୟରେ ରାଜ୍ୟରେ କଟକଣା ଅବଧି ସରୁଥିବା ବେଳେ ପୁଣି କଟକଣା ଲାବିଗ କି ନାହିଁ ସେନେଇ ପ୍ରଶ୍ନ ଉଠୁଛି । ବିଶେଷ କରି କଟକ ଓ ଖୋର୍ଦ୍ଧା ସମ୍ପୂର୍ଣ୍ଣ ଅନଲକ ହେବ କି ନାହିଁ, ସେନେଇ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ କରୋନା ସ୍ଥିତି ନେଇ ଡିଏମଇଟି ସିବିକେ ମହାନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ସଂକ୍ରମଣ ସ୍ଥିତି ସ୍ଥିର ଅଛି । ଦୈନିକ ୧୬୦୦/୧୭୦୦ ଭିତରେ ହିଁ ଟ୍ରେଣ୍ଡ ରହୁଛି । ଜିଲ୍ଲାଗୁଡିକରେ ସ୍ଥିତି ଦେଖି ଅନଲକ୍ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଓଡ଼ିଶାରେ କେସ ଲୋଡ ଅଧିକ ଥିବା କେନ୍ଦ୍ର କହିଥିଲେ ବି ସ୍ଥିତି ସେଭଳି ନାହିଁ । କିନ୍ତୁ କଟକ ଓ ଖୋର୍ଦ୍ଧାରେ ସମ୍ପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ରହୁନି । ସ୍ଥିତି, ସମୟ, ସଂକ୍ରମଣ ପରିସ୍ଥିତିକୁ ଦେଖି ଅନଲକ୍ ନିଷ୍ପତ୍ତି ନିଆଯିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

Get real time updates directly on you device, subscribe now.