fbpx
BSKY
BJD SHG SKY
BJD YOUTH SKY

ସୁପ୍ରିମକୋର୍ଟରେ ପହଞ୍ଚିଲା ଧନବାଦରେ ଜଜଙ୍କ ମୃତ୍ୟୁ ମାମଲା, ଜାଣନ୍ତୁ କଣ କହିଲେ ସର୍ବୋଚ୍ଚ ନ୍ୟାୟାଳୟ

ଧନବାଦ: ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରେ ମର୍ଣ୍ଣିଂୱାର୍କ ରେ ଯାଉଥିବା ସମୟରେ ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍, କୋର୍ଟକୁ କହିଛନ୍ତି ଯେ, ଏହି ମାମଲାର ସ୍ୱତନ୍ତ୍ର ଭାବରେ ଯାଞ୍ଚ କରାଯିବା ଆବଶ୍ୟକ । ଏହା ଉପରେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଗୁଡ କହିଛନ୍ତି ଏହି ଘଟଣାକୁ ଚିଫ୍ ଜଷ୍ଟିସ୍ ଏନଭି ରମନ୍ନାଙ୍କ ସମ୍ପର୍କରେ ଆଣନ୍ତୁ, ସେ ଏଥିରେ ନିଶ୍ଚୟ କୌଣସି ପଦକ୍ଷେପ ଗ୍ରହଣ କରିବେ ।

ସୂଚନାଯୋଗ୍ୟ, ଧନବାଦର ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ବୁଧବାର ସକାଳେ ମର୍ଣ୍ଣିଂୱାର୍କ ପାଇଁ ବାହାରିଥିଲେ । ସେହି ସମୟରେ ରଣଧୀର ବର୍ମୀ ଛକ ପାଖାପାଖି ଗୋଟିଏ ଅଟୋ ତାଙ୍କୁ ଧକ୍କା ଦେଇଥିଲା । ଧକ୍କାରେ ଜଜଙ୍କ ମୃତ୍ୟୁ ହୋଇଥିବା ଘଟଣା ସିସିଟିଭିରେ କଏଦ ହୋଇଛି । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ଅଟୋଟି ଜାଣିଶୁଣି ଧକ୍କା କରିଛି । ପୂର୍ବ ବିଧାୟକଙ୍କ ସମ୍ପର୍କୀୟ ସଞ୍ଜୟ ହତ୍ୟାକାଣ୍ଡ ଭଳି ଅନେକ ମହତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଥିବା ଜଜଙ୍କ ମୃତ୍ୟୁକୁ ହତ୍ୟା ମାନି ପୋଲିସ ଯାଞ୍ଚ କରିଛି । ପୋଲିସ ଅଧିକାରୀମାନେ ଖୁବଶୀଘ୍ର ଏହି ମାମଲାର ତଦନ୍ତ କରି ଅପରାଧୀଙ୍କୁ ଦଣ୍ଡ ଦେବେ ବୋଲି କହିଛନ୍ତି । ଅନ୍ୟପଟେ ବିଧାୟକ ଏହି ମାମଲରେ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.