fbpx

କେରଳରେ ହଇଚଇ ସୃଷ୍ଟି କରୁଛି Mpox, ସାମ୍ନାକୁ ଆସିଲା ଦ୍ୱିତୀୟ ମାମଲା; ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଭାରତର ଦକ୍ଷିଣ ରାଜ୍ୟ କେରଳରେ ଏମପକ୍ସ ବ୍ୟାପିବା ଆରମ୍ଭ କରିଛି । ୨୭ ସେପ୍ଟେମ୍ବର ଶୁକ୍ରବାର ଦିନ ଏରନାକୁଲମରେ ୟୁଏଇରୁ ଫେରିଥିବା ୨୬ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଏମପକ୍ସ ହୋଇଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ସହରର ଏକ ଘରୋଇ ଡାକ୍ତରଖାନାରେ ଏହି ରୋଗୀ ଚିକିତ୍ସିତ ହେଉଛନ୍ତି । ତାଙ୍କର ନମୁନା ଆଲାପୁଜାସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଲ୍ୟାବରେ ପରୀକ୍ଷା କରାଯାଇଥିଲା । ଜେନୋମିକ୍ ସିକ୍ୱେଂସିଂ ପାଇଁ ନମୁନାଗୁଡିକ ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜି ନିକଟକୁ ପଠାଯାଇଛି ।

ସୂଚନାଯୋଗ୍ୟ ଯେ କେରଳରେ ଏମପକ୍ସର ଦ୍ୱିତୀୟ ମାମଲା ଏବଂ ଦେଶରେ ଚଳିତ ବର୍ଷର ତୃତୀୟ ମାମଲା । ଏମପକ୍ସର ବିପଦ ଯୋଗୁଁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି । ସୂଚନାନୁସାରେ, ବିଶ୍ୱର ଅନେକ ଦେଶର ଲୋକମାନେ ଏମପକ୍ସର ଶିକାର ହେଉଛନ୍ତି ।

ଏହାପୂର୍ବରୁ ସେପ୍ଟେମ୍ବର ୧୮ ରେ ମାଲାପୁରାମର ଇଡାଭାନାର ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଥିଲା । ପରେ ଜଣାପଡିଥିଲା ଯେ ତାଙ୍କର ସଂକ୍ରମଣ କ୍ଲେଡ୍ ୧ ବି ଭାଇରସ୍ ଯୋଗୁଁ ହୋଇଥିଲା । ଏହା ପରେ ସମସ୍ତ ଜିଲ୍ଲାରେ ଆଇସୋଲେସନ ସୁବିଧା ସ୍ଥାପନ କରାଯାଇଛି ଏବଂ ତଦାରଖକୁ ମଜବୁତ କରାଯାଇଛି । ରାଜ୍ୟରେ ଏମପକ୍ସ ରୋକିବା ଏବଂ ପ୍ରଭାବଶାଳୀ ଚିକିତ୍ସା ପାଇଁ ନିର୍ଦ୍ଦେଶାବଳୀ ଅପଡେଟ କରିବାକୁ ବିଭାଗ ଯୋଜନା କରିଛି ।

Get real time updates directly on you device, subscribe now.