fbpx

ଡିଜିଟାଲ ସାକ୍ଷରତାରେ ଦେଶରେ ସବୁଠୁ ଆଗରେ ଏହି ପଞ୍ଚାୟତ: ମୁଖ୍ୟମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରାଯାଉଛି । ଅନେକ କ୍ଷେତ୍ରରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସଫଳ ହେଉଛି । ଏହାରି ମଧ୍ୟରେ ପୁଲ୍ଲମପାରା ଦେଶର ପ୍ରଥମ ଗ୍ରାମପଞ୍ଚାୟତ ହୋଇଛି, ଯାହା ସଂପୂର୍ଣ୍ଣ ଡିଜିଟାଲ ସାକ୍ଷରତା ହାସଲ କରିଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏନେଇ ଘୋଷଣା କରିଛନ୍ତି ।

ପିନାରାଇ କହିଛନ୍ତି ଯେ ସରକାରୀ ସେବା ପାଇବା ସହିତ ବୈଷୟିକ ଜ୍ଞାନ ସହିତ ଯୋଡ଼ି ହେବାକୁ ହେଲେ ଜନସାଧାରଣଙ୍କୁ  ଡିଜିଟାଲ ବିଷୟରେ ଅଧିକ ଜାଣିବାକୁ ହେବ । ସେ କହିଛନ୍ତି ସରକାର କେରଳକୁ ଏକ ଜ୍ଞାନୀ ସମାଜ କରିବାକୁ ଚେଷ୍ଟା କରୁଛନ୍ତି । ଯେମିତି ନାଗରିକ କୌଣସି ବି କୋଣରୁ ତଥ୍ୟ ବା ଜ୍ଞାନ ଆହରଣ କରିପାରିବ ଓ ତାର ଫାଇଦା ଉଠାଇପାରିବ ।

ସେ କହିଥିଲେ ରାଜ୍ୟ ସରକାର ୮୦୦  ସରକାରୀ ସେବାକୁ ଅନଲାଇନରେ ଉପଲବ୍ଧ କରାଇଛନ୍ତି । ଯାହାଫଳରେ ଡିଜିଟାଲ ସାକ୍ଷର ଥିବା ଲୋକ ଏଥିରୁ ଫାଇଦା ପାଇପାରିବେ । ସେ ଆହୁରି କହିଛନ୍ତି ସରକାର ବିଭିନ୍ନ ସ୍ତରରେ ଡିଜିଟାଲ ଏବଂ ଅନଲାଇନ ପ୍ଲଟଫର୍ମ ସେବା ଯୋଗାଇଦେବାକୁ ଚେଷ୍ଟା କରୁଛନ୍ତି ।

ପିନାରାଇ କହିଛନ୍ତି ଯେ ଏହି ପ୍ରୋଜେକ୍ଟ ପୂରା ହେବା ଦ୍ୱାରା ଲୋକଙ୍କୁ ଶସ୍ତାରେ ଇଣ୍ଟରନେଟ୍ ମିଳିପାରିବ । ଜନତାକୁ ଇଣ୍ଟରନେଟ୍ ଏବଂ ଅନ୍ୟ ଟେକ୍ନେଲୋଜୀକୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।

Get real time updates directly on you device, subscribe now.