fbpx
BJD SKY
BJD SKY

କୋଭିଡ କଟକଣାକୁ ଫୁ’, ସିଲ୍ ହେଲା KFC

BJD

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ସରକାର ଯେତେେ କଟକଣା ଲାଗୁ କଲେ ବି ଲୋକମାନେ ଏହକୁ ଫୁ’ କରି ଉଡ଼ାଉଦେଉଛନ୍ତି । ଫଳରେ କରୋନା ସଂକ୍ରମଣ କମିବା ବଦଳରେ ପୁଣି ବଢ଼ିବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ବ୍ରହ୍ମପୁରରେ KFC ଦୋକାନ ସିଲ୍ ହୋଇଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ KFC ସିଲ ହୋଇଥିବା ଜଣାପଡିଛି ।

ତେବେ ଦୋକାନ ଉଦଘାଟନ ଦିନ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଥିଲା, ଯାହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା । ଫଳରେ ଭିଡିଓ ଆଧାର କରି ବ୍ରହ୍ମପୁର ମହାନଗର ନିଗମ ଦୋକାନକୁ ସିଲ୍ କରିଛି । ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନେକ ଦୋକାନ, ମଦ ଦୋକାନ, ଓମଫେଡ଼୍ ଆଦି ସିଲ୍ ହୋଇଥିଲା ।

Get real time updates directly on you device, subscribe now.