fbpx

ବିଧାୟକ ଧରିଥିଲେ ଖଇନି! ବିଧାନସଭାରେ ଧରାପଡ଼ିଲେ, ସତର୍କ କଲେ ବାଚସ୍ପତି

Advertisement

ନୂଆଦିଲ୍ଲୀ: ଆଜିକାଲି ଅନେକ ସମୟରେ କିଛି ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ଲୋକ ଖାଇବା, ପିଇବା, ଗାଡ଼ି ଚଲାଇବା, ପିନ୍ଧିବା ନେଇ ଭିନ୍ନ ଭିନ୍ନ ଲାଇଫଷ୍ଟାଇଲ୍ ଆପଣାଇଥାନ୍ତି । କିଛି ଲୋକଙ୍କର ମଦ, ପାନ, ସିଗାରେଟ, ଗୁଟଖା ଆଦି ନିଶା ଦ୍ରବ୍ୟ ସେବନ କରିବାର ଖରାପ ଅଭ୍ୟାସ ରହିଥାଏ । ତେବେ ନିକଟରେ ଜଣେ ଲୋକପ୍ରତିନିଧି ଏପରି କିଛି ନିଶାଦ୍ରବ୍ୟ ସେବନ କରିଥିବା ନେଇ ଅଭିଯୋଗ ହୋଇଛି ।

ତେବେ ପରବର୍ତ୍ତୀ ସମୟରେ ବାଚସ୍ପତି ଏଥିରେ ହସ୍ତକ୍ଷେପ କରି ସମ୍ପୃକ୍ତ ବିଧାୟକଙ୍କୁ ସତର୍କ କରିଦେଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ପଶ୍ଚିମବଙ୍ଗରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ବିଧାୟକ ରାଜ୍ୟ ବିଧାନସଭାରେ ଖଇନି ଖାଉଥିବା ନେଇ ଅଭିଯୋଗ ହୋଇଥିଲା । ଏପରି ଅଭିଯୋଗ ଆସିବା ପରେ ବାଚସ୍ପତି ଉକ୍ତ ବିଧାୟକଙ୍କୁ ସତର୍କ କରିଥିଲେ । ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ସମୟରେ ବିଧାୟକ ତାଙ୍କ ହାତରେ କିଛି ଧରିଥିବା ଦେଖାଯାଇଥିଲା ।

ତେବେ ବାଚସ୍ପତି ଏହି ପ୍ରସଙ୍ଗରେ ବିଧାୟକଙ୍କୁ ଚେତାବନୀ ଦେଇ କହିଥିଲେ, ବିଧାନସଭା ଭିତରେ ଖଇନି ଖାଇବା ନିୟମ ବିରୋଧ । ଅନ୍ୟପକ୍ଷରେ ଏହି ଅଭିଯୋଗର ଜବାବ ରଖିଛନ୍ତି ଉକ୍ତ ବିଧାୟକ । ସେ ଖଇନି ଖାଇନଥିବା କହିଛନ୍ତି । ସେ ଖଇନି ନୁହେଁ ଜୁଆଣି ହାତରେ ଧରିଥିଲେ, ଯାହାକି ଖଇନି ପରି ଦେଖାଯାଉଥିଲା । ଭୁଲ୍ ବୁଝାମଣା ହେତୁ ଏହା ଘଟିଛି । ବାଚସ୍ପତି ତାଙ୍କୁ ପ୍ରତ୍ୟେକ ଶବ୍ଦରେ ଅଟକାଇବାକୁ ଚେଷ୍ଟା କରିଥାନ୍ତି ବୋଲି ବିଧାୟକ କହିଛନ୍ତି ।

Get real time updates directly on you device, subscribe now.