fbpx

ଖାକିରେ ଲାଗିଲା କଳଙ୍କର ଛିଟା: ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ, ହାତ ଧରି ରୁମକୁ ଟାଣିନେଲେ ପୋଲିସ ବାବୁ

ଦଶରଥପୁର, ୩ା୪ (ଓଡିଶା ଭାସ୍କର): ପୁଣି ଲାଗିଛି ଖାକିରେ କଳଙ୍କର ଛିଟା । ଜଣେ ପୋଲିସ ଅଧିକାରୀ ଜଣେ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସହ ହାତ ଧରି ରୁମକୁ ଟାଣି ନେବା ଘଟଣା ହଇଚଇ ସୃଷ୍ଟି କରିଛି । ମହିଳାଙ୍କ ଅଭିଯୋଗ ପରେ ଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଦଶରଥପୁର ବ୍ଲକର ମଙ୍ଗଳପୁର ଥାନା ଅଞ୍ଚଳର ଜଣେ ମହିଳା ଜମିଜମା ସଂକ୍ରାନ୍ତୀୟ ଏକ ମାମଲାରେ ଝୁମ୍ପୁରୀ ବିଟ୍ ହାଉସ୍ ଅଧିକାରୀଙ୍କ ନିକଟକୁ ଯାଇଥିଲେ । ଅଧିକାରୀ ଜଣଙ୍କ ମହିଳାଙ୍କୁ ତାଙ୍କର ବ୍ୟକ୍ତିଗତ କଥା ପଚାରିବା ସହ ଅନେକ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏପରିକି ଅଧିକାରୀ ଜଣକ ମହିଳାଙ୍କର ଶରୀରର ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସହ ହାତ ଧରି ରୁମକୁ ଟାଣି ନେଇଥିଲେ । ମହିଳା ଜଣକ ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ଏସପିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ପୋଲିସ ଅଧୀକ୍ଷକ, ମଙ୍ଗଳପୁର ଥାନା ଅଧିକାରୀ, ଜଣେ ମହିଳା ପୋଲିସ ଅଧିକାରୀଣୀ ବିଟ୍ ହାଉସ ଓ ମହିଳାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

 

Get real time updates directly on you device, subscribe now.