fbpx

ଇଫତାର ପାର୍ଟିରେ ହିନ୍ଦୁଙ୍କୁ ଦିଆଗଲା ବିଫ୍: ଅସନ୍ତୋଷ ଜାହିର କଲେ ହିନ୍ଦୁ ନେତା

AAKASH

ନୂଆଦିଲ୍ଳୀ: ବିଫ୍ ବା ଗୋମାଂସକୁ ନେଇ ଦେଖାଦେଇଛି ବିବାଦ । ଇଫ୍ତାର ପାର୍ଟରେ ପାରମ୍ପରିକ ଥାଳିରେ ବିଫ୍ ପରସା ଯିବାକୁ ନେଇ ଦେଖା ଦେଇଥିଲା ବିବାଦ । ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଖାଲେଦା ଜିଆଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଇଫତାର ପାର୍ଟିରେ ଏମିତି ବିବାଦ ଦେଖା ଦେଇଥିଲା । ସିଲହଟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିବାଦ ଦେଖା ଦେଇଥିବା ବେଳେ ସୋସିଆଲ ମିଡିଆରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର ସିଲହଟ ଶାଖା ପକ୍ଷରୁ ଏହି ପାର୍ଟି ଆୟୋଜନ କରାଯାଇଥିଲା । ଗୁରୁବାର ହୋଇଥିବା କାର୍ଯ୍ୟକ୍ରମକୁ ପାଖାପାଖି ୨୦ ଜଣରୁ ଅଧିକ ଦଳୀୟ ହିନ୍ଦୁ ନେତାଙ୍କୁ ଡକା ଯାଇଥିଲା । ତେବେ ହିନ୍ଦୁ ନେତା ମାନଙ୍କୁ ବିଫ୍ ପରସା ଯାଇଥିଲା । ଇଫତାର ପାଇଁ ସଜ୍ଜିତ ପାରମ୍ପରିକ ଥାଳିରେ ବିଫ୍ ରଖାଯାଇଥିଲା ।

ବିଫ୍ ବ୍ୟବସ୍ଥା କରାଯାଇଥିବା ବେଳେ ହିନ୍ଦୁ ମାନଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନଥିଲା । ଏପରିକି ସାମ୍ବାଦିକ ମାନଙ୍କୁ ମଧ୍ୟ ବିଫ୍ ପରସା ଯାଇଥିଲା । ବିଏନପି ନେତା ମଣ୍ଟୁ ନାଥ କହିଛନ୍ତି ମୁସଲିମ୍ ନେତା ମାନେ ତାଙ୍କର ଉପବାସ ଭାଙ୍ଗୁଥିବା ବେଳେ ୨୦ରୁ ଅଧିକ ହିନ୍ଦୁ ନେତା କେବଳ ନୀରବଦ୍ରଷ୍ଟା ସାଜିଥିଲେ ।

Get real time updates directly on you device, subscribe now.