fbpx

ଖସୁନି ଟମାଟୋ ଦର : ଅଗଷ୍ଟ ସୁଧା ବଜାରକୁ ଆସିବ ସ୍ଥାନୀୟ ପରିବା

AAKASH

ଭୁବନେଶ୍ୱର : ରାଜଧାନୀର ବଜାରରେ ପରିବା ଦର ଉପରେ ଲାଗିଲା ଲଗାମ । କିନ୍ତୁ ଟମାଟୋ ଦର ଖସିନି । ବର୍ତ୍ତମାନ ଟମାଟୋ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ, ବ୍ୟବସାୟୀ କହିଛନ୍ତି ଯେ ଆସନ୍ତା ସପ୍ତାହରେ ସ୍ଥାନୀୟ ପରିବା ସବୁ ରାଜଧାନୀର ବଜାରକୁ ଆସିବ । ଏନେଇ ପରିବା ଦର ôହାସ ପାଇବ ବୋଲି ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି ।

ଭୁବନେଶ୍ୱରରେ ଖାଉଟି ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ଯେଉଁ ପରିବା କିଣିବା ପାଇଁ ଲୋକେ ଦର ବୃଦ୍ଧି ଯୋଗୁଁ ଖର୍ଚ୍ଚାନ୍ତ ହେଉଥିଲେ, ସେ ସବୁ ପରିବାର ଦର କିଛିମାତ୍ରାରେ ହ୍ରାସ ପାଇଛି । କିଲୋ ପ୍ରତି ୧୫୦ ଟଙ୍କାରେ ପହଞ୍ଚି ଯାଇଥିବା ଟମାଟୋ ବର୍ତ୍ତମାନ ପାଇକାରୀରେ ୮୦ ଟଙ୍କା ଏବଂ ଖୁଚୁରାରେ ୧୦୦ ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ପରିବା ମଧ୍ୟରେ ବାଇଗଣ କିଲୋ ୧୦୦ରୁ ୬୦, ଝୁଡ଼ୁଙ୍ଗ ୧୨୦ରୁ ୫୦, କାଙ୍କଡ଼ ୬୦ରୁ ୪୦, ପୋଟଳ ୧୨୦ରୁ ୬୦, ସଜନା ୧୦୦ରୁ ୫୦, ସାରୁ ୬୦ରୁ ୪୦, ଫୁଲକୋବି ଗୋଟା ୬୦ରୁ ୫୦କୁ କମିଛି ଏବଂ ବନ୍ଧାକୋବି କିଲୋ ପ୍ରତି ୫୦ରେ ଅପରିବର୍ତ୍ତିତ ରହିଛି। ସେହିପରି ଗାଜର ଦର ପୂର୍ବପେକ୍ଷା କିନ୍ତୁ ବୃଦ୍ଧି ପାଇଛି। ପାଇକାରୀରେ କିଲୋ ୨୦ରୁ ୨୫ ଟଙ୍କା ଏବଂ ଖୁଚୁରାରେ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ଏହା ଆହୁରି କମ ଥିଲା। ଆଳୁ ଦର ବଢ଼ିବା ବେଳେ ପିଆଜର ଦାମ କମିଛି। ପାଇକାରୀରେ ଆଳୁ ୧୪.୫୦ରୁ ୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ପିଆଜ କିଲୋ ପ୍ରତି ୨୦ରୁ ୧୮ ଟଙ୍କାକୁ କମିଛି।

ପରିବା ବ୍ୟବସାୟୀ ସଂଘ ଅନୁସାରେ, ବର୍ତ୍ତମାନ ରାୟପୁରରୁ ଅଧିକ ପରିମାଣ ପରିବା ବଜାରକୁ ଆସୁଥିବାରୁ ଦାମ୍ ହ୍ରାସ ପାଇବାରେ ଲାଗିଛି। ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ଭେଣ୍ଡି, କଲରା, ଜହ୍ନି, କାକୁଡ଼ି, କଲରା ଆଦି ପରିବା ପୁରୀ, ଆଠଗଡ଼ କଟକରୁ ଆସିବ। ଏହାପରେ ଗ୍ରାହକ ଆହୁରି ଆଶ୍ବସ୍ତ ହେବେ। ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଛି। ଅଗଷ୍ଟ ସୁଦ୍ଧା ସ୍ଥାନୀୟ ପରିବା ବଜାରକୁ ଆସିବା ଫଳରେ ଗ୍ରାହକଙ୍କୁ କମ ଦରରେ ସତେଜ ପରିବା ମିଳିବ।

Get real time updates directly on you device, subscribe now.