fbpx
BSKY
BJD YOUTH SKY
BJD MS SKY

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇପାରେ ଆଜୀବନ ଜେଲଦଣ୍ଡ: ପାକିସ୍ତାନ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇପାରନ୍ତି ମାନ୍ୟବର ଅଦାଲତ । ଏ ନେଇ ଦେଶର ଆଇନମନ୍ତ୍ରୀ ଆଜମ ନଜୀର ତରାର୍ ସୂଚନା ଦେଇଛନ୍ତି । ଏକ ସଙ୍ଗୀନ ମାମଲାରେ ଇମ୍ରାନଙ୍କୁ ଏହି ଦଣ୍ଡ ମିଳିପାରେ ବୋଲି କହିଛନ୍ତି ଆଜମ ନଜୀର । କୂଟନୈତିକ ସୂଚନା ପ୍ରକାଶ କରି ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ, ଇମ୍ରାନଙ୍କୁ ଏହି ସଜା ଦିଆଯାଇପାରେ । ଏ ନେଇ ଆଇନ ମନ୍ତ୍ରୀ ଏକ ବଡ଼ ସୂଚନର ଦେଇଛନ୍ତି ।

ସୂଚନା ଥାଉ କି ପାକିସ୍ତାନ ରାଜନୀତିରେ ସାଇବର ବିବାଦ ପୁଣିଥର ମୁଣ୍ଡ ଟେକିଛି । ଗତବର୍ଷ ସତ୍ତାରୁ ବେଦଖଲ ହେବା ପରେ ଇମ୍ରାନଙ୍କ ଦ୍ୱାରା ହୋଇଥିବା ଦାବିଗୁଡ଼ିକୁ ନେଇ ଏହି ସାଇବର ପ୍ରସଙ୍ଗ ଠିଆ ହୋଇଛି । ଆମେରିକା ଷଡ଼ଯନ୍ତ୍ରର ଏକ ଅଂଶ ହୋଇଥିବା କହି ତାଙ୍କୁବହିଷ୍କାର କରାଯାଇଥିବା ସେ ଦାବି କରିଥିବା ବେଳେ ବିରୋଧୀମାନଙ୍କୁ ହରାଇବା ପାଇଁ ଏହା ଏକ ରାଜନୈତିକ କେବୁଲ ବୋଲି ଦର୍ଶାଇଛନ୍ତି ଇମ୍ରାନ । ଏହାପରେ ଗତମାସରୁ ନିଖୋଜ ଥିବା ଆଜମ ଖାନ୍ ମାଜିଷ୍ଟ୍ରେଟଙ୍କ ଆଗରେ ଦେଇଥିବା ବୟାନ ଏହି ବିବାଦକୁ ଆହୁରି ସରଗରମ କରି ଦେଇଛି । ନିଜ ବୟାନରେ ଆଜମ୍ କହିଛନ୍ତି ଯେ, ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଗୁପ୍ତ ସଞ୍ଚାରର ଉପଯୋଗ କରିବା ପାଇଁ କହିଥିଲେ ।

ତେବେ ଆଜମ୍ ଖାନଙ୍କ ସ୍ୱୀକାରୋକ୍ତି ପରେ ଗୃହମନ୍ତ୍ରୀ ସନାଉଲ୍ଲାହ କହିଛନ୍ତି ଯେ, ଆଜମ୍ ଖାନ ଅପରାଧ କରିଛନ୍ତି । ଏଥିପାଇଁ ତାଙ୍କୁ ଦଣ୍ଡିତ କରାଯିବା ଉଚିତ୍ । ସେ କହିଛନ୍ତି ଯେ, ସାର୍ବଜନୀନ ଏକ ଡକ୍ୟୁମେଣ୍ଟ କିମ୍ବା ସୂଚନା ଖଣ୍ଡକୁ ସାର୍ବଜନୀନ କରିବା ଏବଂ ତା’ପରେ ଏହାକୁ ଅଧିକାର କରିବା – କୌଣସି ବ୍ୟକ୍ତି ଏହାକୁ (ସାଇଫର୍) ତାଙ୍କ ଅଧୀନରେ ରଖିବାକୁ ଆଇନଗତ ଅଧିକାର ପାଇ ନାହାଁନ୍ତି । ’

Get real time updates directly on you device, subscribe now.