fbpx

ସମୁଦ୍ର କୁଳରେ ଥିବା ଏହି ଆଲିଶାନ୍ ବଙ୍ଗଳାରେ ରୁହନ୍ତି ଖିଲାଡି ଅକ୍ଷୟ, ଦେଖନ୍ତୁ ଫଟୋ

ମୁମ୍ବାଇ, ୧୪ ।୪ (ଓଡିଶା ଭାସ୍କର)  : ୧୯୯୧ରେ “ସୌଗନ୍ଧ’ ଫିଲ୍ମରୁ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ଅକ୍ଷୟ କୁମାର ଏବେ ଖିଲାଡି ନାମରେ ବଲିଉଡ୍ ରେ ପରିଚିତ । ନିକଟରେ କରୋନା ମହାମାରୀରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ଷରେ ତିନିରୁ ଚାରିଟି ଫିଲ୍ମ କରୁଥିବା ଅଭିନେତା ଅକ୍ଷୟ କୁମାରଙ୍କ ବିଳାସପୁର୍ଣ୍ଣ ଜୀବନ ବିଷୟରେ କଣ ଆପଣ ଜାଣିଛନ୍ତି କି ? ସେ ମୁମ୍ବାଇର ପ୍ରାଇମ୍ ବିଚ୍ ଜୁହୁରେ ଥିବା ଏକ ବଙ୍ଗଳାରେ ରୁହନ୍ତି । ତେବେ ଚାଲନ୍ତୁ ଜାଣିବା ତାଙ୍କ ବିଳାସପୁର୍ଣ୍ଣ ବଙ୍ଗଳା ବିଷୟରେ ।


ଖିଲାଡି ଅକ୍ଷୟ କୁମାର ଆଜିକା ସମୟରେ ୧୮୭୦ କୋଟି ଟଙ୍କା ସମ୍ପତିର ମାଲିକ । ଅକ୍ଷୟଙ୍କ ଅଧକାଂଶ ରୋଜଗାର ବ୍ରାଣ୍ଡ ପ୍ରୋମୋଶନ ଦ୍ୱାରା ହୁଏ । ତେବେ ସେ ରହୁଥିବା ଘର କୌଣସି ମହଲଠୁ କମ୍ ନୁହେଁ । ତାଙ୍କ ପାଖରେ ଏହି ଗୋଟିଏ ନୁହେଁ ବରଂ ଏହିପରି ଅନେକ ବଙ୍ଗଳା ରହିଛି । ଆଉ ସେ ସବୁ ରହିଛି ବିଶ୍ୱର ସୁନ୍ଦର ସ୍ଥାନ ମାନଙ୍କରେ । ଜୁହୁ ବଙ୍ଗଳା ବ୍ୟତୀତ କାନାଡା ଏବଂ ଗୋଆ ବିଚ୍ ପାଖରେ ମଧ୍ୟ ବିଳାସପୁର୍ଣ୍ଣ ବଙ୍ଗଳା ରହିଛି ।


ଅକ୍ଷୟଙ୍କ ପତ୍ନୀ ଟୁଇଙ୍କଲ୍ ଖନ୍ନା ବଙ୍ଗଳାର ଇଣ୍ଟିରିୟର୍ ଡିଜାଇନ୍ କରିଛନ୍ତି । ତେବେ ଅଭିନେତ୍ରୀ ଟୁଇଙ୍କଲ୍ ଖନ୍ନା ଲେଖିକା ହେବା ସହ ଜଣେ ଭଲ ଇଣ୍ଟିରିୟର୍ ଡିଜାଇନର୍ ମଧ୍ୟ । ତେଣୁ ସବୁ ବଙ୍ଗଳାର ଡିଜାଇନ୍ ସେ ନିଜେ ହିଁ କରନ୍ତି । ଜୁହୁ ବିଚ୍ ରେ ଥିବା ବଙ୍ଗଳାକୁ ଖୁବ୍ ଶାନଦାର୍ ଭାବେ ଡିଜାଇନ୍ କରିଛନ୍ତି ଟୁଇଙ୍କଲ୍ । ଗ୍ରାଉଣ୍ଡ ଫ୍ଲୋର୍ ରେ ଲିଭିଙ୍ଗ୍, ଡାଇନିଂ ଏରିୟା, କିଚେନ୍, ହୋମ୍ ଥିଏଟର୍ ଏବଂ ଅକ୍ଷୟଙ୍କ କ୍ଲୋଜେଟ୍ ରହିଛି । ଏହି ବଙ୍ଗଳା ସମୁଦ୍ର କୁଳରେ ରହିଛି । ତେଣୁ ଘରୁ ସମୁଦ୍ର କୁଳର ସୁନ୍ଦରତା ଭଲ ଭାବରେ ନଜର ଆସେ । ପୁରା ପରିବାର ସହ ଏହି ଘରେ ରୁହନ୍ତି । ଏଥିସହିତ ଘରର ପରିସରରେ ଥିବା ବଗିଚାକୁ ମଧ୍ୟ ଖୁବ୍ ଭଲ ଭାବରେ ସଜାଇଛନ୍ତି ଅକ୍ଷୟ ।


ତେବେ ଘରର ଫାଷ୍ଟ ଫ୍ଲୋରରେ ବେଡରୁମ୍, ପ୍ୟାଣ୍ଟ୍ରି, ଟୁଇଙ୍କଲ୍ ଙ୍କ ଅଫିସ୍ ଏବଂ ବାଲକୋନି ରହିଛି । ଯେଉଁଠାରେ ପରିବାର ସହ ଅକ୍ଷୟ ଇନଡୋର୍ ଗେମ୍ ଖେଳନ୍ତି । ବର୍ତ୍ତମାନ ଅକ୍ଷୟ କରୋନାକୁ ମାତ୍ ଦେଇ ଏହି ଘରେ ଆରାମ୍ କରୁଛନ୍ତି ।


ସୁଚନାଯୋଗ୍ୟ, ଅକ୍ଷୟଙ୍କ ପାଖରେ ଏବର୍ଷ ଅନେକ ଗୁଡିଏ ଫିଲ୍ମ ରହିଛି । ସେଥିମଧ୍ୟରୁ ରୋହିତ୍ ସେଠୀଙ୍କ ସହ କରିଥିବା ସୁର୍ଯ୍ୟବଂଶୀ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ଏଥିରେ ଅକ୍ଷୟ ଜଣେ ପୋଲିସ୍ ଭାବରେ ନଜର ଆସିବେ । ହେଲେ କରୋନା ଭାଇରସ୍ ପ୍ରଭାବ ଜାରି ରହିଥିବାରୁ ଏହା ରିଲିଜ୍ ଅପେକ୍ଷାରେ ରହିଛି ।

Get real time updates directly on you device, subscribe now.