T-20 କ୍ରିକେଟରେ ଇତିହାସ ରଚିଲେ Kieron Pollard, ପଛରେ ରହିଗଲେ ବିରାଟ କୋହଲି
କାୟରନ୍ ପୋଲାର୍ଡ ଟି-୨୦ରେ ସବୁଠୁ ଅଧିକ ରନ କରିବା ମାମଲାରେ ବିରାଟ କୋହଲିଙ୍କୁ ପଛରେ ପକାଇଦେଇଛନ୍ତି..
ନୂଆଦିଲ୍ଲୀ: ଆମେରିକାରେ ଖେଳାଯାଉଥିବା ମେଜର ଲିଗ କ୍ରିକେଟ୍ ୨୦୨୫ରେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର କାୟରନ ପୋଲାର୍ଡ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।
ବର୍ତ୍ତମାନ ସେ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ରନ କରିବା ମାମଲାରେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି। ସେ ଏହି ମାମଲାରେ ଭାରତର ଦମଦାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି।
ଏମଏଲସି ୨୦୨୫ରେ କାୟରନ ପୋଲାର୍ଡ ଏମଆଇ ନ୍ୟୁୟର୍କ ପାଇଁ ଖେଳୁଥିଲେ। ଏହି ସିଜନରେ ତାଙ୍କ ଟିମର ପ୍ରଥମ ମ୍ୟାଚ ଟେକ୍ସାସ ସୁପରି କିଙ୍ଗ ସହ ହୋଇଛି। ଏହି ମ୍ୟାଚରେ ପୋଲାର୍ଡ ୧୬ଟି ବଲରେ ୩୨ ରନ କରିଛନ୍ତି।
ଏହି ଇଂନିସରେ ସେ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ରନ କରିଥିବା ମାମଲାରେ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଟି-୨୦ କ୍ରିକେଟରେ ପୋଲାର୍ଡ ଏପର୍ଯ୍ୟନ୍ତ ୬୯୬ ମ୍ୟାଚରେ ୧୩,୫୬୯ ରନ କରିଛନ୍ତି। ସେହିପରି ବିରାଟଙ୍କ ନାମରେ ଟି-୨୦ କ୍ରିକେଟରେ ୧୩,୫୪୩ ରନ କରିଛନ୍ତି।
ଟି-୨୦ କ୍ରିକେଟରେ ସବୁଠୁ ଅଧିକ ରନ୍ କରିଥିବା ଖେଳାଳି:
-କ୍ରିସ ଗେଲ-୧୪୫୬୨ ରନ(୪୬୩ମ୍ୟାଚ)
-ଆଲେକ୍ସ ହେଲ୍ସ-୧୩୭୦୪ ରନ (୪୯୭ ମ୍ୟାଚ୍)
-ଶୋଏବ ମଲିକ-୧୩୫୭୧ ରନ (୫୫୭ ମ୍ୟାଚ୍)
-କାୟରନ ପୋଲାର୍ଡ-୧୩୫୬୯ ରନ (୬୯୬ଟି ମ୍ୟାଚ୍)
-ବିରାଟ କୋହଲି-୧୩୫୪୩ ରନ( ୪୧୪ ମ୍ୟାଚ)