fbpx

ଛତିଶଗଡ଼ରେ ସିଏଏଫ ଯବାନଙ୍କ ଗଳା କାଟି ହତ୍ୟା

ଛତିଶଗଡ଼,୧୮ ।୯(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ଆଜି ମାଓବାଦୀ ମାନେ ଜଣେ ସିଏଏଫ ଯବାନଙ୍କୁ ଗଳା କାଟି ହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସିଏଏଫ ପାୟାନିୟର ପ୍ଲାଟୁନରେ ଯବାନ ଥିବା ବିଜାପୁର ଜିଲ୍ଲା କୋତବାଲି ଥାନା ଅନ୍ତର୍ଗତ ପଦୋଡା ଗାଁର ମଲ୍ଲରାମସୂର୍ଯ୍ୟବଂଶୀଙ୍କୁ ମାଓବାଦୀଙ୍କ ଗାଁ ଗଙ୍ଗାଲୁର ଏରିଆ କମିଟି ଦ୍ୱାରା ଗତ ପାଞ୍ଚ ଦିନ ତଳେ ଅପହରଣ କରିନେଇଥିଲେ । ଆଜି ସକାଳୁ ମାଓବାଦୀମାନେ ଅପହୃତ ଯବାନଙ୍କ ଗଳା କାଟି ହତ୍ୟାକରିବା ପରେ ତାଙ୍କ ସବକୁ ଗଙ୍ଗାଲୁର ଓ ବିଜାପୁର ରାସ୍ତାରେ ପକାଇ ଦେଇଯାଇଥିଲେ ।ସକାଳୁ ଏହି ରାସ୍ତାରେ ଯାଉଥିବା ଲୋକ ମାନେ ଯବାନଙ୍କ ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଏହା ପରେ ଉକ୍ତ ଅଞ୍ଚଳରେ ମାଓବାଦୀକୁ ଧରିବା ନିମନ୍ତେ ସର୍ଚ୍ଚ ଅପେରସନ ଆରମ୍ଭ ହୋଇଛି ।

Get real time updates directly on you device, subscribe now.