fbpx
BSKY SKY
BSKY SKY

ଶାହରୁଖ ଖାନଙ୍କୁ ଅଭିନୟ ନୁହେଁ ବରଂ ନାକ ପାଇଁ ମିଳିଥିଲା ପ୍ରଥମ ଫିଲ୍ମ, ଜାଣନ୍ତୁ କିଙ୍ଗଖାନଙ୍କ ବିଷୟରେ କିଛି ଅଜଣା କଥା

BSKY

ମୁମ୍ବାଇ: ସ୍ୱପ୍ନ ଦେଖିବା ଓ ତାକୁ ପୂରା କରିବା ମଧ୍ୟରେ ଅନେକ ଫରକ୍ ଥାଏ । ଆଉ ଏହାର ବଡ଼ ଉଦାହରଣ ହେଉଛି ଶାହରୁଖ ଖାନ୍ । ଦିଲ୍ଲୀରୁ ମୁମ୍ବାଇ ଆସିବା ପରେ ସେ ମନରେ ସ୍ଥିର କରିସାରିଥିଲେ ଯେ, ସେ ଇଣ୍ଡଷ୍ଟ୍ରୀରେ ରାଜ୍ କରିବେ । ଆଉ ଆଜି ସେ ବଲିଉଡ୍ ର ସବୁଠାରୁ ବଡ଼ ସୁପରଷ୍ଟାର୍ । ବଲିଉଡ୍ ର ବାଦଶାହ କୁହାଯାଉଥିବା ଶାହରୁଖ ଖାନଙ୍କର ଆଜି ହେଉଛି ଜନ୍ମଦିନ । ୫୬ ବର୍ଷରେ ଆସି ସେ ପାଦ ଥାପିଛନ୍ତି । ନଭେମ୍ବର ୨ ତାରିଖରେ ଶାହରୁଖ ନିଜର ଜନ୍ମଦିନ ପାଳନ କରନ୍ତି । ତେବେ ଚାଲନ୍ତୁ ଜାଣିବା ତାଙ୍କ ଯାତ୍ରା ସମ୍ପର୍କରେ କିଛି ଅଜଣା କଥା ।

୫୬ ବର୍ଷିୟ ଶାହରୁଖ ଖାନ୍ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜର ପାଠ ପଢ଼ା ଦିଲ୍ଲୀର ସେଣ୍ଟ କୋଲମ୍ବିଆ ସ୍କୁଲରେ କରିଛନ୍ତି । ସ୍କୁଲରେ ପାଠ ପଢ଼ିବା ସମୟରେ ଖେଳକୁଦ ରେ ତାଙ୍କର ଅଧିକ ରୁଚି ରହିଥିଲା । ସେ ହକି, ଫୁଟବଲ୍ ଭଳି ଖେଳ ଖେଳୁଥିଲେ । ଆଉ ଖେଳକୁ ହିଁ ନିଜର ଭବିଷ୍ୟତ କରିବେ ବୋଲି ସ୍ଥିର ମଧ୍ୟ କରିସାରିଥିଲେ । ହେଲେ କାନ୍ଧରେ ମାଡ଼ ହୋଇଯିବା କାରଣରୁ ସେ ଖେଳରୁ ଦୂରକୁ ଚାଲିଗଲେ ।

ସେ ନିଜର କଲେଜ ସମୟରେ ଥିଏଟର୍ ପ୍ଲେ କରିବାକୁ ଲାଗିଲେ । ମାଷ୍ଟର୍ସ ପାଠପଢ଼ିବା ପାଇଁ ସେ ଜାମିଆ ମିଲିୟା ଇସଲାମିୟାରେ ମାସ କମ୍ୟୁନିକେସନ୍ ରେ ଆଡମିଶନ୍ ନେଲେ । କିନ୍ତୁ ପାଠ ପଢ଼ାକୁ ମଝିରୁ ଛାଡ଼ି ଅଭିନୟକୁ କ୍ୟାରିୟର୍ କରିଥିଲେ । ତେବେ ୧୯୮୧ରେ ଶାହରୁଖ ଖାନଙ୍କ ବାପାଙ୍କ ଦେହାନ୍ତ କ୍ୟାନସର୍ ଯୋଗୁଁ ହୋଇଯାଇଥିଲା । ଏହାର ୧୦ ବର୍ଷ ପରେ ଶାହରୁଖଙ୍କ ମା’ଙ୍କର ମଧ୍ୟ ପରଲୋକ ହୋଇଯାଇଥିଲା । ଏହା ତାଙ୍କର ବଡ଼ ଭଉଣୀ ଡିପ୍ରେସନ୍ ର ଶିକାର ହୋଇଯାଇଥିଲେ ଓ ସେବେଠାରୁ ଶାହରୁଖ ନିଜ ଭଉଣୀଙ୍କ ଦେଖାଶୁଣା କରୁଛନ୍ତି ।

ଶାହରୁଖଙ୍କ ପ୍ରଥମେ ପ୍ରଥମେ ସିରିଏଲ୍ ରେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ସେ ନିଷ୍ପତି ନେଇଥିଲେ ଯେ, ସିରିଏଲ୍ ରୁ ଅଧିକା କିଛି କରିବେ । ତେଣୁ ତାଙ୍କ ମାଆଙ୍କର ଦେହାନ୍ତ ରେ ପରିବାର ସହିତ ଶାହରୁଖ ମୁମ୍ବାଇ ସିଫ୍ଟ ହୋଇଯାଇଥିଲେ । ତାଙ୍କୁ ପ୍ରଥମ ଫିଲ୍ମର ଅଫର୍ ହେମା ମାଳିନୀଙ୍କ “ଦିଲ୍ ଆସାନ୍ ହେ” ମିଳିଥିଲା । ଏହାର ନିର୍ଦ୍ଦେଶନା ହେମା ମାଳିନୀ ଦେଇଥିଲେ । ହେଲେ ଫିଲ୍ମଟି ରିଲିଜ୍ ହେବାକୁ ଟାଇମ୍ ଲାଗିଥିଲା ।

ସବୁଠାରୁ ଖାସ୍ କଥା ହେଉଛି ଦିଲ୍ ଆସାନ୍ ହେ ଫିଲ୍ମ ଶାହରୁଖ ଖାନ୍ ଙ୍କୁ ତାଙ୍କ ନାକ ପାଇଁ ମିଳିଥିଲା । ହେମା ମାଳିନୀ ତାଙ୍କୁ କହିଥିଲେ ଯେ, ତାଙ୍କ ନାକ ଅନ୍ୟ ମାନଙ୍କ ଠାରୁ ସବୁଠାରୁ ଅଲଗା ଏହି କାରଣରୁ ଏହି ଫିଲ୍ମରେ ସୁଯୋଗ ମିଳିଛି । ହେଲେ ଶାହରୁଖ ଖାନ୍ ଏକ ଇଣ୍ଟରଭିୟୁରେ କହିଥିଲେ ଯେ, ତାଙ୍କ ନାକ ତାଙ୍କୁ ବିଲକୁଲ ବି ପସନ୍ଦ ନଥିଲା । ତେଣୁ ସେ ନିଜର ନାକକୁ ଲୁଚାଉଥିଲେ । ହେଲେ ଏହି ନାକ ତାଙ୍କ ଜୀବନ ବଦଳାଇ ଦେଇଥିଲା ।

୧୯୯୨ରେ ଶାହରୁଖ ଖାନ୍ “ଦିୱାନା” ଫିଲ୍ମରୁ ବଲିଉଡ୍ ରେ ଡେବ୍ୟୁ କରିବା ଆରମ୍ଭ କରିଥିଲେ । ଫିଲ୍ମରେ ତାଙ୍କ ସହ ଦିବ୍ୟା ଭାରତୀ ଅଭିନୟ କରିଥିଲେ । ଏହାପରେ ତାଙ୍କର ଅନେକ ଗୁଡ଼ିଏ ଫିଲ୍ମ ପରଦା ଉପରକୁ ଆସିଥିଲା । ୧୯୯୩ ରେ ତାଙ୍କ ଦୁଇଟି ବଡ଼ ହିଟ୍ ଫିଲ୍ମ “ବାଜିଗର” ଓ “ଡର୍” ରିଲିଜ୍ ହୋଇଥିଲା । ଏହି ଦୁଇ ଫିଲ୍ମରେ ନେଗେଟିଭ୍ ରୋଲ୍ ରେ ଦର୍ଶକ ଶାହରୁଖ ଖାନଙ୍କୁ ଦେଖିବାକୁ ପାଇଥିଲେ । କିନ୍ତୁ ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହାପରେ ତାଙ୍କ କ୍ୟାରିୟର୍ ମାଇଲେଜ୍ ଧରିଥିଲା ।

Get real time updates directly on you device, subscribe now.