fbpx

୨୧ ଦିନରେ ଭାରତରେ ୮ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ, ନେପାଳ ଓ ଶ୍ରୀଲଙ୍କାରେ ହେଲା ଶସ୍ତା

ନୂଆଦିଲ୍ଲୀ : ଭାରତରେ କିଛି ହାତ ଗଣତି ସହରକୁ ଛାଡି ଦେଲେ ବାକି ସମସ୍ତ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି । ଏପରିକି ପେଟ୍ରୋଲ ଦାମ ୧୧୦ ଟଙ୍କାରେ ପହଞ୍ଚିଲାଣି । ପ୍ରାୟତଃ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ମହଙ୍ଗା ହେଉଛି । ୨୦୨୧ ଅକ୍ଟୋବର ୪ରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ପିଛା ହାରାହାରି ୮ ଟଙ୍କା ବୃଦ୍ଧି ଘଟିଛି । ଆପଣ ଏହା ଜାଣି ତାଜୁବ ହେବେ ଯେ, ଦୁନିଆରେ ସବୁଠୁ ଶସ୍ତା ପେଟ୍ରୋଲ ବିକ୍ରି କରୁଥିବା ଶୀର୍ଷ ୧୦ ଦେଶରେ ବର୍ତ୍ତମାନ ପେଟ୍ରୋଲ ୩ ରୁ ୪୦ ପଇସା ବୃଦ୍ଧି ଘଟିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢୁଥିଲେ ମଧ୍ୟ ଶ୍ରୀଲଙ୍କା ଓ ନେପାଳ ପରି ଗରିବ ଦେଶରେ ପେଟ୍ରୋଲ ମହଙ୍ଗା ହେବା ପରିବର୍ତ୍ତେ ଶସ୍ତା ହୋଇଛି ।

ଶ୍ରୀଲଙ୍କାରେ ପେଟ୍ରୋଲ ମୂଲ୍ୟ ଅକ୍ଟୋବର ୪ରେ ଲିଟର ପିଛା ୬୮.୬୨ ଟଙ୍କା ଥିଲା, ଯାହା ଅକ୍ଟୋବର ୨୫ରେ ଶସ୍ତା ହୋଇ ୬୮.୩୫ ଟଙ୍କାକୁ ଖସି ଆସିଛି । ଅର୍ଥାତ ପେଟ୍ରୋଲ ମହଙ୍ଗା ହେବା ପରିବର୍ତ୍ତେ ୨୭ ପଇସା ଶସ୍ତା ହୋଇଛି । ଭୂଟାନ ପରି ଗରିବ ଦେଶରେ ମଧ୍ୟ ପେଟ୍ରୋଲ ଦାମ ଅକ୍ଟୋବର ୪ ରେ ୭୭ ଟଙ୍କା ଥିଲା । ଅକ୍ଟୋବର ୨୫ରେ ଏଠାରେ ଲିଟର ପିଛା ପେଟ୍ରୋଲ ୮୧.୫୪ ଟଙ୍କାରେ ପହଞ୍ଚିଛି । ଅର୍ଥାତ ୨୧ ଦିନରେ ଭୂଟାନରେ ପେଟ୍ରୋଲ ଲିଟର ପ୍ରତି ୪.୫୪ ଟଙ୍କା ମହଙ୍ଗା ହୋଇଛି । ସେପଟେ ନେପାଳରେ ଅକ୍ଟୋବର ୪ରେ ଲିଟର ପିଛା ପେଟ୍ରୋଲ ୮୧.୫୧ ଟଙ୍କା ଥିଲା ଏବଂ ଅକ୍ଟୋବର ୨୫ରେ ୮୧.୨୮ ଟଙ୍କା ରହିଛି । ଅର୍ଥାତ ଏହି ଦେଶରେ ପେଟ୍ରୋଲ ଶସ୍ତା ହୋଇଛି ।

ସେହି ପରି ଭାରତ ଉପରେ ନଜର ପକାଇଲେ, ଏଠାରେ ଅକ୍ଟୋବର ୪ରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୦୦ ଟଙ୍କା ପାଖାପାଖି ଥିଲା । ହେଲେ ଅକ୍ଟୋବର ୨୫ ତାରିଖରେ ପେଟ୍ରୋଲ ଦାମ ୧୦୮.୪୨ ଟଙ୍କାରେ ପହଞ୍ଚିଥିଲା । ଅର୍ଥାତ ୨୧ ଦିନରେ ପେଟ୍ରୋଲ ୮ ଟଙ୍କା ମହଙ୍ଗା ହୋଇଛି।

 

Get real time updates directly on you device, subscribe now.