fbpx
BSKY SKY
BSKY SKY

ସମ୍ବଲପୁର କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ: ହିତାଧିକାରୀଙ୍କୁ ବାଣ୍ଟିଲେ BSKY ସ୍ମାର୍ଟ ହେଲଥ କାର୍ଡ

BSKY

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର କୁଚିଣ୍ଡାରେ ଆଜି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବାଣ୍ଟିବା ସହିତ ୧୫୫୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ‘ସମ୍ବଲପୁର ଶାଢ଼ୀ ସାରା ରାଜ୍ୟର ପରିଚୟ। ୨୦୨୨ ସୁଦ୍ଧା ସମସ୍ତ ସମ୍ବଲପୁରବାସୀ ପିଇବା ପାଣି ପାଇବେ ।’ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉପସ୍ଥିତ ଥିଲେ ।

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ କୁଚିଣ୍ଡା ନିକଟ ଦେବଗଡ଼ ସଦର ମହକୁମାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ । ଉଲ୍ଲେଖନୀୟ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ରାଜ୍ୟର ଅନେକ ଜିଲ୍ଲା ଗସ୍ତ କରି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ।

Get real time updates directly on you device, subscribe now.