fbpx
BJD SKY
BJD SKY

‘The Best Fielder’ ହେଲେ କିଙ୍ଗ କୋହଲି: ଭାଙ୍ଗିଲେ ସୁରେଶ ରାଇନାଙ୍କ ବିଶାଳ ରେକର୍ଡ

BJD

ନୂଆଦିଲ୍ଲୀ: ରାଜସ୍ଥାନ ବିପକ୍ଷ ମ୍ୟାଚରେ ମଧ୍ୟ ପରାଜୟର ସାମନା କରିଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ବିରାଟ କୋହଲି ବିସ୍ଫୋରକ ଶତକ ପରେ ମଧ୍ୟ ଦଳ ବିଜୟ ହାସଲ କରିପାରିନାହିଁ । ତେବେ ବିରାଟ ଆଇପିଏଲ କ୍ୟାରିୟରର ଅଷ୍ଟମ ଶତକ ହାସଲ କରିଥିବା ବେଳେ ଚଳିତ ସିଜନର ପ୍ରଥମ ଶତକ ନିଜ ନାମରେ କରିଛନ୍ତି । ତେବେ ଏହାବ୍ୟତୀତ ସେ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ମଧ୍ୟ ଏକ ବିଶାଳ ରେକର୍ଡ ହାସଲ କରିଛନ୍ତି । ଏହି ତାଲିକାରେ ସେ ପୂର୍ବତନ ସାଥୀ ଖେଳାଳି ସୁରେଶ ରାଇନାଙ୍କୁ ପଛରେ ପକାଇଛନ୍ତି ।

ଆଇପିଏଲ ଇତିହାସରେ ବିରାଟ ବର୍ତ୍ତମାନ ସର୍ବାଧିକ କ୍ୟାଚ ନେବା ତାଳିକାରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ମୋଟ ୧୧୦ଟି କ୍ୟାଚ କ୍ୟାଚ ନେଇ ଖେଳାଳିଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ତେବେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ରିୟାନ ପରାଗଙ୍କ କ୍ୟାଚ ନେଇ ସେ ଏହି ରେକର୍ଡ ନିଜ ନାମରେ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଚିନ୍ନା ଥାଲା ସୁରେଶ ରାଇନାଙ୍କ ନାମରେ ରହିଥିଲା । ଆଇପିଏଲରେ ରାଇନା ମୋଟ ୧୦୯ଟି କ୍ୟାଚ ନେଇଛନ୍ତି । ଏହାବ୍ୟତୀତ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ କୋଚ୍ ତଥା ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର କାଏରନ୍ ପୋଲାର୍ଡ । ସେ ଆଇପିଏଲରେ ମୋଟ ୧୦୩ଟି କ୍ୟାଚ ସଂଗ୍ରହ କରିଛନ୍ତି । ତେବେ ତାଲିକାର ଚତୁର୍ଥ ସ୍ଥାନରେ ରୋହିତ ଶର୍ମା ୯୯ଟି କ୍ୟାଚ ନେଇଥିବା ବେଳେ ଶିଖର ଧୱନ ଏବଂ ରବିନ୍ଦ୍ର ଜାଡେଜା ୯୮ଟି ଲେଖାଏଁ କ୍ୟାଚ ଧରି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ।

ରାଜସ୍ଥାନ ବିପକ୍ଷରେ ଦମଦାର ଆରମ୍ଭ ପରେ ମଧ୍ୟ ବଡ଼ ସ୍କୋରରେ ପହଞ୍ଚିପାରି ନଥିଲା ବେଙ୍ଗଲୁରୁ । ବିରାଟଙ୍କ ଶତକ ପରେ ମଧ୍ୟ ଦଳ ମାତ୍ର ୧୮୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ଅଧିନାୟକ ଫାଫ୍ ଡୁପ୍ଲେସିସ ୩୩ ବଲରୁ ୪୪ ରନ୍ କରିଥିବା ବେଳେ ବିରାଟ ୭୨ ବଲରୁ ୧୧୩ ରନ୍ କରିଛନ୍ତି । ତେବେ ଏହାକୁ ପିଛା କରି ରାଜସ୍ଥାନର ଜୋସ ବଟଲର ୫୮ ବଲରୁ ଶତକ ହାସଲ କରିବା ସହ ଅଧିନାୟକ ସଞ୍ଜୁ ସାମସନ ୪୨ ବଲରୁ ୬୯ ରନ୍ କରି ଦଳକୁ ବିଜୟୀ କରାଇଛନ୍ତି । ଫଳରେ ଏହି ମ୍ୟାଚରେ ରାଜସ୍ଥାନ ୬ ୱିକେଟରେ ବିଜୟୀ ହୋଇଛି ।

Get real time updates directly on you device, subscribe now.