fbpx
BSKY
BJD SHG SKY
BJD YOUTH SKY

କିଙ୍ଗ କୋହଲି Cricketer Of The Year-2023: ଦିନିକିଆ କ୍ରିକେଟରେ ପୁଣି ଫେରିଲା ‘ବିରାଟ’ ରାଜୁତି 

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ପୁଣିଥରେ କ୍ରିକେଟ ଜଗତରେ ନିଜ ରାଜୁତି ଆରମ୍ଭ କରିଛନ୍ତି । ଦିନିକିଆ କ୍ରିକେଟରେ ହାସଲ କରିଛନ୍ତି ଏକ ବଡ଼ ଉପଲବ୍ଧି । ୨୦୨୩ ମସିହା ପାଇଁ ଆଇସିସି ତରଫରୁ କ୍ରିକେଟର ଅଫ୍ ଦ ଇୟର ଭାବରେ କିଙ୍ଗ କୋହଲିଙ୍କୁ ଚୟନ କରାଯାଇଛି । ସାଥୀ ଖେଳାଳି ଶୁଭମନ ଗିଲ ଏବଂ ମହମ୍ମଦ ଶାମୀଙ୍କୁ ପଛରେ ପକାଇ କିଙ୍ଗ କୋହଲି ଏହି ରେସ୍ ରେ ଖୁବ ଆଗରେ ପହଞ୍ଚିଛନ୍ତି । ଆଇସିସିର ପୁରୁଷ ଦିନିକିଆ କ୍ରିକେଟରେ କ୍ରିକେଟର ଅଫ୍ ଦ ଇୟର ଭାବରେ ବିରାଟ କୋହଲିଙ୍କୁ ମିଳିଛି ବଡ଼ ପୁରସ୍କାର ।

ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି ବର୍ତ୍ତମାନ ୨୦୨୩ ବର୍ଷ ପାଇଁ ଦିନିକିଆ କ୍ରିକେଟର ଅଫ ଦି ଇୟରଙ୍କ ନାମ ଘୋଷଣା କରିଛି । ଏହି ଦୌଡ଼ରେ ବାଜି ମାରି ନେଇଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ କିଙ୍ଗ କୋହଲି । ତେବେ ନିଜ କ୍ୟାରିୟରରେ ସେ ଚତୁର୍ଥ ଥର ପାଇଁ କ୍ରିକେଟର ଅଫ୍ ଦ ଇୟର ଭାବରେ ପୁରସ୍କାର ପାଇଛନ୍ତି । ଏହି ପୁରସ୍କାର ପାଇଁ ବିରାଟ କୋହଲିଙ୍କ ସହ ସାଥୀ ଖେଳାଳି ଶୁଭମନ ଗିଲ, ମହମ୍ମଦ ଶାମୀ ଏବଂ ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ବିରାଟଙ୍କ ସହ ସାମିଲ ରହିଥିଲେ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ କୋହଲି ଏହି ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଏବଂ ୨୦୨୩ ବର୍ଷ ପାଇଁ ଦିନିକିଆ କ୍ରିକେଟର ଅଫ୍ ଦ ଇୟର ପାଲଟିଛନ୍ତି ବିରାଟ ।

ଏହାସହିତ କ୍ରିକେଟ ଇତିହାସରେ ସର୍ବାଧିକ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପାଇଥିବା ଖେଳାଳି ପାଲଟିଛନ୍ତି କିଙ୍ଗ କୋହଲି । ସେ ଗତ ୨୦୧୨, ୨୦୧୭ ଏବଂ ୨୦୧୮ରେ ଏହି ପୁରସ୍କାର ପାଇଥିବା ବେଳେ ୨୦୨୩ ପାଇଁ ମଧ୍ୟ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଏ ବି ଡିଭିଲିୟର୍ସଙ୍କୁ ପଛରେ ପକାଇ କୋହଲି ସର୍ବାଧିକ ଥର କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ବିଜେତା ହୋଇଛନ୍ତିି ।

୨୦୨୩ ମସିହାରେ ବିରାଟ ମୋଟ ୨୭ଟି ଦିନିକିଆ ମ୍ୟାଚରୁ ୫୯.୮୬ ହାରରେ ୧୩୭୭ ରନ୍ କରିଛନ୍ତି । ଏଥିରେ ୬ଟି ଶତକ ସହ ୮ଟି ଅର୍ଦ୍ଧଶତକ ସାମିଲ ରହିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲୀୟ କ୍ରିକେଟର ଉସମାନ ଖ୍ୱାଜା ୨୦୨୩ ବର୍ଷ ପାଇଁ ପୁରୁଷ ଟେଷ୍ଟ କ୍ରିକେଟର ଭାବରେ ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପାଇବା ପାଇଁ ଖ୍ୱାଜା ଭାରତର ରବିଚନ୍ଦ୍ରନ ଅଶ୍ୱିନ, ଇଂରାଜୀ କ୍ରିକେଟର ଜୋ ରୁଟ ଏବଂ ସାଥୀ ଖେଳାଳି ଟ୍ରାଭିସ୍ ହେଡଙ୍କୁ ପଛରେ ପକାଇଛନ୍ତି। ଖ୍ୱାଜା ଅଷ୍ଟ୍ରେଲିଆର ଷଷ୍ଠ ଖେଳାଳି ଭାବରେ ଏହି ପୁରସ୍କାର ନିଜ ନାମରେ କରିଛନ୍ତି । ଏହାପୂର୍ବରୁ ରିକି ପଣ୍ଟିଙ୍ଗ (୨୦୦୬), ମାଇକେଲ କ୍ଲାର୍କ (୨୦୧୩), ମିଚେଲ ଜନସନ (୨୦୧୪), ଷ୍ଟିଭ ସ୍ମିଥ (୨୦୧୫) ଏବଂ ପ୍ୟାଟ କମିନ୍ସ (୨୦୧୯) ମଧ୍ୟ ଏହି ପୁରସ୍କାର ଜିତିଛନ୍ତି।

Get real time updates directly on you device, subscribe now.