fbpx

IND vs SL ମ୍ୟାଚ ମଝିରେ ନାଚିଲେ କିଙ୍ଗ କୋହଲି: ଦର୍ଶକଙ୍କ ଗୀତରେ ଝୁମିଲେ ବିରାଟ

ଶ୍ରୀଲଙ୍କା ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତ ଶ୍ରୀଲଙ୍କାକୁ ୩୦୨ ରନର ଏକ ବିରାଟ ବ୍ୟବଧାନରେ ପରାସ୍ତ କରି ରେକର୍ଡ ନିଜ ନାମରେ କରିଛି । ଦମଦାର ବ୍ୟାଟିଂ ପରେ ଶାମୀଙ୍କ ଫାଇଫର ସହିତ ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲ-ଆଉଟ ହୋଇ ସେମି ଫାଇନାଲରୁ ବାଦ୍ ପଡ଼ିଛି । ତେବେ ମ୍ୟାଚ ମଝିରେ କିଙ୍ଗ କୋହଲି ଡାନ୍ସ କରୁଥିବାର ଦେଖିବାକୁ ମିଳିଛି । ବଲିଉଡ ଗୀତରେ ବିରାଟଙ୍କ ଡାନ୍ସ ଷ୍ଟେପ୍ ସମସ୍ତଙ୍କୁ ଝୁମାଇ ଦେଇଛି ।

ୟଶହେ କରି ପାରିଲେନି ହେଲେ ମନ ଖୁସିରେ ନାଚିଲେ ଟିମ ଇଣ୍ଡିଆର କିଙ୍ଗ କୋହଲି । ୱାନଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କା ଉପରେ ଭାରୀ ପଡ଼ିଛି ଭାରତର ବୋଲିଂ ୟୁନିଟ୍ । ଏହି ବିଜୟ ଖୁସିରେ ଦର୍ଶକ ଗୀତ ଗାଉଥିବା ବେଳେ ବିରାଟ କୋହଲି ଗୀତର ତାଳେ ତାଳେ ନାଚୁଥିବାର ଦେଖାଯାଇଛି । ତେବେ ପଡ଼ିଆରେ ବିରାଟଙ୍କ ନାଚକୁ ଦେଖି ଝୁମି ଉଠିଛନ୍ତି ଦର୍ଶକ । ବିରାଟ ଆଜି କରିଥାନ୍ତେ ୪୯ ତମ ଶତକ । ହେଲେ ମାତ୍ର ୮୮ ରନ୍ କରି ଆଉଟ ହୋଇଯାଇଥିଲେ । ହେଲେ ଏହା ପରେ ମନକୁ ଦୁଃଖ କରି ନଥିଲେ । ପୁରା ଜୋସର ସହ ଖେଳିଥିଲେ । ଶ୍ରୀଲଙ୍କାକୁ ବୋଲିରେ ଘାଣ୍ଟିଥିଲା ଭାରତୀୟ ଦଳ । ଆଉ ଏହି ଖେଳ ମଝିରେ ଏମିତି କିଛ ଡ୍ୟାନ୍ସ କରିଥିଲେ ବିରାଟ । ପୁରା ମଜାଳିଆମି ଅନ୍ଦାଜରେ ପଡ଼ିଆ ଉପରେ ଡ୍ୟାନ୍ସ କରିବାକୁ ଳାଗିଥିଲେ । ଟିକେ ଦେଖନ୍ତୁ କେମିତି ଡ୍ୟାନ୍ସ କରୁଛନ୍ତି ବିରାଟ ।

ବଲିଉଡ ସୁପରଷ୍ଟାର ଅନୀଲ କପୁରଙ୍କର ଗୀତ ଗାଉଛନ୍ତି ଦର୍ଶକ । ‘ମାଇ ନେମ ଇଜ୍ ଲଖନ…’ ଗୀତରେ ନାଚୁଛନ୍ତି ବିରାଟ । ତେବେ ବିରାଟ ଏହା ପୂର୍ବରୁ ମଧ୍ୟ ଅନେକ ଥର ପଡ଼ିଆ ଭିତରେ ଡ୍ୟାନ୍ସ କରିଛନ୍ତି । କିନ୍ତୁ ଏହି ଡ୍ୟାନ୍ସ ହେଉଛି ବହୁତ ସ୍ୱତନ୍ତ୍ର । ଏମିତି ଲାଗୁଛି ବିରାଟ ପୁରା ଏହି ଡ୍ୟନ୍ସକୁ ମୁଖସ୍ତ କରି ଦେଇଛନ୍ତି । ତେବେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଆଜି ରୋମାଞ୍ଚକର ବିଜୟ ହାସଲ କରିଛି । ଶ୍ରୀଲଙ୍କାକୁ ୬୦ ରନ୍ବି କରିବାକୁ ଦେଇନି । ଶ୍ରୀଲଙ୍କାକୁ ୩୦୨ ରନରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଭରତ । ଭାରତ ହେଉଛି ପ୍ରଥମ ଦଳ ଯିଏ ଏବେ ସବୁଠାରୁ ପ୍ରଥମେ ସେମି ଫାଇନାଲରେ ତାର ସ୍ଥାନକୁ ଅକ୍ତିଆର କରିଛି ।

Get real time updates directly on you device, subscribe now.