fbpx

ଘୋଷଣା ହେଲା ଦିପାବଳୀ ଉପହାର: ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍ ଫାଇଦା

ନୂଆଦିଲ୍ଲୀ: ନିକଟରେ ଦଶହରା ବଡ଼ ଧୁମଧାମରେ ପାଳିତ ହୋଇଥିବା ବେଳେ ଆଗକୁ ଆସୁଛି ଦିପାବଳୀ । ସାଧାରଣ ଭାବେ ପାର୍ବଣ ସିଜିନରେ ସରକାରୀ ଓ ବେସରକାରୀ ଅଫିସରେ କର୍ମଚାରୀଙ୍କ ପାଇଁ ଅନେକ ଉପହାର ଘୋଷଣା କରାଯାଇଥାଏ । ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥିବା ବେଳେ ରେଳ କର୍ମଚାରୀଙ୍କ ପାଇଁ ମଧ୍ୟ ବୋନସ୍ ଘୋଷଣା କରାଯାଇଥିଲା ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖୁସି ଖବର । ଉତ୍ତର ପ୍ରଦେଶ ସରକାର ରାଜ୍ୟବାସୀଙ୍କୁ ଦିପାବଳୀ ଉପହାର ପ୍ରଦାନ କରିଛନ୍ତି । ଅଣଗେଜେଟେଡ କର୍ମଚାରୀଙ୍କୁ ବୋନସ ଓ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀ, ଶିକ୍ଷକଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । କେନ୍ଦ୍ର କର୍ମଚାରୀଙ୍କ ଭଳି ରାଜ୍ୟ କର୍ମଚାରୀଙ୍କୁ ୪ ପ୍ରତିଶତ ଡିଏ ମିଳିବ । ଯୋଗୀ ଆଦିତ୍ୟନାଥ ସରକାରଙ୍କ ଏହି ଘୋଷଣା ଫଳରେ ରାଜ୍ୟ ସରକାରଙ୍କ ଉପରେ ପ୍ରତି ମାସରେ ୩୦୦ କୋଟିର ବ୍ୟୟ ଭାର ପଡ଼ିବ ।

ପ୍ରତି ଅଣଗେଜେଟେଡ୍ କର୍ମଚାରୀଙ୍କୁ ସର୍ବାଧିକ ୭ ହଜାର ଟଙ୍କାର ବୋନସ ପ୍ରଦାନ କରାଯିବ । ରାଜ୍ୟରେ ଏହି କର୍ମଚରୀଙ୍କ ସଂଖ୍ୟା ପାଖାପାଖି ୧୪.୮୨ ଲକ୍ଷ ରହିଥିବା ବେଳେ ସେମାନେ ସମସ୍ତେ ଏହି ଫାଇଦା ପାଇବେ । ସୂଚନାଯୋଗ୍ୟ ଯେ, ନିକଟରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି ଘୋଷଣା କରିଥିଲେ । ଫଳରେ କର୍ମଚାରୀଙ୍କ ମୋଟ ଡିଏ ୪୬ ପ୍ରତିଶତରେ ପହଞ୍ଚି ଯାଇଥିଲା । ତେବେ ଯୋଗୀ ସରକାରଙ୍କ ଡିଏ ବୃଦ୍ଧିର ଫାଇଦା ପାଖାପାଖି ୧୦ ଲକ୍ଷ ରାଜ୍ୟ କର୍ମଚାରୀ, ୮ ଲକ୍ଷ ଶିକ୍ଷକ ଓ ପେନସନଭୋଗୀଙ୍କୁ ମିଳିବ ।

Get real time updates directly on you device, subscribe now.