fbpx
BJD SKY
BJD SKY

ଭାରତ ଜିତିଲା, ପାକିସ୍ତାନ ହସିଲା: ଟିମ୍ ଇଣ୍ଡିଆର ବିଜୟରେ ପଡ଼ୋଶୀ ଦେଶକୁ ମିଳିଲା ବଡ଼ ଫାଇଦା

BJD

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରିବା ପରେ ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ୩୫୮ ରନର ଟାର୍ଗେଟ ଦେଇଥିବା ଭାରତର ଲକ୍ଷ୍ୟକୁ ପିଛା କରି ନପାରି ସିଂହଳି ମାତ୍ର ୫୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ୭ଟି ମ୍ୟାଚରୁ ୭ଟିରେ ବିଜୟ ହାସଲ କରି ବିଶ୍ୱକପରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଛି ।

ସାଧାରଣ ଭାବେ କ୍ରିକେଟ ମୈଦାନରେ ଭାରତ-ପାକିସ୍ତାନ ଦୁଇ ପ୍ରତିଦ୍ୱନ୍ଦ୍ୱୀ ବୋଲି ସାରା ବିଶ୍ୱ ଜାଣିଛି । ମାତ୍ର ଆଜିର ବିଜୟ ଫଳରେ ପାକିସ୍ତାନକୁ ମିଳିଛି ଏକ ବଡ଼ ଫାଇଦା । ଭାରତ ୭ଟି ମ୍ୟାଚରେ ବିଜୟ ସହ ମୋଟ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଟପରେ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ୭ଟି ମ୍ୟାଚରୁ ୩ଟିରେ ବିଜୟ ସହ ୬ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି । ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ପରାଜୟ ଉପରେ ପାକିସ୍ତାନ ନିର୍ଭର କରି ରହିଛି ।

ତେବେ ୭ଟି ମ୍ୟାଚରୁ ୧ଟିରେ ବିଜୟ ସହ ୨ ପଏଣ୍ଟ ପାଇ ବାଂଲାଦେଶ ବିଶ୍ୱକପର ପ୍ରଥମ ଦଳ ଭାବେ ସେମିରୁ ବାଦ୍ ପଡ଼ିଥିବା ବେଳେ ଶ୍ରୀଲଙ୍କାର ଅବସ୍ଥା ମଧ୍ୟ ବହୁତ ଖରାପ ରହିଛି । ଶ୍ରୀଲଙ୍କା ୭ଟି ମ୍ୟାଚରୁ ୨ଟିରେ ବିଜୟ ସହ ୪ ପଏଣ୍ଟ ପାଇଛି । ଶ୍ରୀଲଙ୍କା ଜିତିଥିଲେ ସେ ପାକିସ୍ତାନ ସହ ସମାନ ପଏଣ୍ଟ ହାସଲ କରିଥାନ୍ତା । ତେଣୁ ଭାରତ ବିଜୟରେ ଏବେ ପାକିସ୍ତାନ ବହୁତ ଖୁସି ଅନୁଭବ କରିଛି ।

Get real time updates directly on you device, subscribe now.