fbpx

ବରିଷ୍ଠ ସାମ୍ବାଦିକ ଶରତ ମିଶ୍ରଙ୍କ ପରଲୋକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମ୍ବାଦିକତା କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର ଆଉ ନାହାନ୍ତି । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସେ ଦୈନିକ ନ୍ୟୁଜ ପେପର ‘ସମାଜର’ର ପୂର୍ବତନ ସମ୍ପାଦକ ରହିଥିବା ବେଳେ ‘ଅନୁପମ ଭାରତ’ର ପ୍ରତିଷ୍ଠାତା ସମ୍ବାଦକ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇଁ ସାମ୍ବାଦିକତା ସହ ଜଡ଼ିତ ରାଜ୍ୟର ଅନେକ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।

୧୯୩୬ ମସିହାରେ ଗଞ୍ଜାମ ଜିଲ୍ଲାରେ ସୋରଡ଼ାରେ ଶରତ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ, ଇଂରାଜୀ ଓ ବଙ୍ଗଳା ଭାଷାରେ ତାଙ୍କର ବେଶ୍ ପାରଦର୍ଶିତା ରହିଥିଲା । ‘ସମାଜ’ରୁ ଅବସର ଗ୍ରହଣ କରିବା ପରେ ସେ ଫିଚର ପତ୍ରିକା ‘ଆମ ସମୟର ପ୍ରତିନିଧି’ର ସମ୍ବାଦକ ଭାବେ କାର୍ଯ୍ୟ କରିଥିଲେ । ଦୈନିକ ଖବରକାଗଜ ‘ସମ୍ବାଦ’ ଆରମ୍ଭ ହେବା ସମୟରେ ସେ ବାର୍ତ୍ତା ସମ୍ପାଦକ ରହିଥିଲେ । ସେ କଟକର ଇଷ୍ଟର୍ଣ୍ଣ ଟାଇମ୍ସ ଗ୍ରୁପରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ ।

ସୂଚନା ଯୋଗ୍ୟ ଯେ, ନିକଟରେ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କର ପରଲୋକ ଘଟିଥିଲା । ଗତ ୧ ତାରିଖରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସରସ୍ୱତୀ ପ୍ରଧାନଙ୍କ ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ସରସ୍ୱତୀଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ସେହିପରି ଗତ ମାସ ୩୧ ତାରିଖରେ ରାଜ୍ୟର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

Get real time updates directly on you device, subscribe now.