fbpx

କରୋନା ଭୟ: ୨୦ ମହିଳାଙ୍କୁ ସାଥିରେ ନେଇ ଜର୍ମାନୀ ଫେରାର ହୋଇଗଲେ ଥାଇଲ୍ୟାଣ୍ଡର ରାଜା

କରୋନା ଭାଇରସ୍ ଭୟରେ ଥାଇଲ୍ୟାଣ୍ଡର ରାଜା ମହା ଭାଜିରାଲୋଙ୍ଗକୋର୍ନ ନିଜ ଲୋକଙ୍କୁ ଛାଡି ଦକ୍ଷିଣ ଜର୍ମାନୀ ପଳାଇଛନ୍ତି । ରାଜା ଦକ୍ଷିଣ ଜର୍ମାନୀରେ ଏକ ଗ୍ରାଣ୍ଡ ହୋଟେଲ ବୁକ୍ କରିଛନ୍ତି, ଯେଉଁଠାରେ ତାଙ୍କ ସହ ୨୦ ମହିଳା ଓ ସେବକ ରହିବେ । ଏହାକୁ ନେଇ ଥାଇଲ୍ୟାଣ୍ଡ ଲୋକଙ୍କ ମଧ୍ୟରେ ବହୁ ଅସନ୍ତୋଷ ଦେଖାଦେଇଛି ।

କରୋନାଠାରୁ ବଞ୍ଚିବା ପାଇଁ ରାଜା ଏହି ବିଳାସପୂର୍ଣ୍ଣ ହୋଟେଲ ବୁକ୍ କରିଛନ୍ତି, ଯେଉଁଠାରେ ସେ ଅଲଗା ରହିବେ । ଜର୍ମାନୀ ଖବରକାଗଜ ବିଲ୍ଡର ରିପୋର୍ଟ ମୁତାବକ, ରାଜା ଏଥିପାଇଁ ସ୍ଥାନୀୟ ଜିଲ୍ଲା ପରିଷଦରୁ ମଧ୍ୟ ବିଶେଷ ଅନୁମତି ନେଇଛନ୍ତି ।

ରାଜା ଜର୍ମାନୀରେ ହୋଟେଲ ଗ୍ରାଣ୍ଡ ଓ ହୋଟେଲ ସୋନ୍ନେବିଚଲ ବୁକ୍ କରିଛନ୍ତି । କୁହାଯାଉଛି ଯେ, ହୋଟେଲ ଭିତରେ ରାଜାଙ୍କ ପାଇଁ ‘ହରମ’ ପ୍ରସ୍ତୁତ ହୋଇଛି, ଯେଉଁଥିରେ ୨୦ ଜଣ ମହିଳା ରହିବେ ଓ ସେମାନଙ୍କ ସେବା ପାଇଁ ଅନେକ ସେବକ ରହିବେ । ରାଜା ଛାଡପତ୍ର ଦେଇଥିବା ୩ ରାଣୀ ଏଠାରେ ରହିଛନ୍ତି କି ନାହିଁ, ତାହା ଜଣାପଡିନାହିଁ ।

ତେବେ ଜର୍ମାନୀରେ କରୋନା ଭାଇରସକୁ ଦୃଷ୍ଟିରେ ରଖି ସମସ୍ତ ହୋଟେଲ ବନ୍ଦ କରାଯାଇଛି । ଏହାରି ମଧ୍ୟରେ ଥାଇଲ୍ୟାଣ୍ଡର ରାଜା ହୋଟେଲ ବୁକ୍ କରିଥିବା ମାମଲାରେ ଜିଲ୍ଲା ପରିକ୍ଷଦ କହିଛି ଯେ, ଅତିଥିମାନେ ଅବିବାହିତ ଓ ସମାନ ଗୋଷ୍ଠୀର ହୋଇଥିବାରୁ ସେମାନଙ୍କୁ ରଖିବାକୁ ଅନୁମତି ଦିଆଯାଇଛି ।

କେବଳ ଏତିକି ନୁହେଁ, କରୋନାରେ ସଂକ୍ରମିତ ହେବା ସନ୍ଦେହରେ ରାଜା ତାଙ୍କ ରାଜ ପରିବାରରୁ ୧୧୯ ଜଣଙ୍କୁ ଥାଇଲ୍ୟାଣ୍ଡ ପଠାଇ ଦେଇଛନ୍ତି । ମହାମାରୀ ସମୟରେ ରାଜା ଦେଶ ଛାଡି ଥିବାରୁ ଜନତା ଅସନ୍ତୋଷରେ ଅଛନ୍ତି । ରାଜାଙ୍କୁ ସମାଲୋଚନ କଲେ ୧୫ ବର୍ଷ ଜେଲ, ହେଲେ ବି ଲୋକାମାନେ ସୋସିଆଲ ମିଡିଆରେ ରାଜାଙ୍କୁ କଡା ସମାଲୋଚନା କରୁଛନ୍ତି ।

ତେବେ ରାଜାଙ୍କୁ ୬୭ ବର୍ଷ ବୟସ ହୋଇଥିବା ବେଳେ ୨୦୧୬ରେ ପିତାଙ୍କ ମୃତ୍ୟୁ ପରେ ସେ ରାଜ ସିଂହାସନରେ ବସିଥିଲେ । ରାଜାଙ୍କର ୩ଟି ପତ୍ନୀ ଥିଲେ ,ଯେଉଁମାନଙ୍କଠାରୁ ତାଙ୍କର ୭ଟି ସନ୍ତାନ ଅଛନ୍ତି । ରାଜା ତାଙ୍କର ୩ ପତ୍ନୀଙ୍କୁ ଛାଡପତ୍ର ଦେଇ ୪ର୍ଥ ଥର ପାଇଁ ସୁରକ୍ଷା କମାଣ୍ଡରଙ୍କୁ ବିବାହ କରିଛନ୍ତି ।

Get real time updates directly on you device, subscribe now.