ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଗାନ୍ଧୀ ଛକରେ ଟଙ୍କା ମାଗିବାକୁ ମନାକଲାରୁ ପୋଲିସଙ୍କ ଉପରେ ଆକ୍ରମଣ କଲେ କିନ୍ନର। ଆପଣ ଦେଖିଥିବେ ଅନେକ ସ୍ଥାନରେ କିନ୍ନରମାନେ ଲୋକଙ୍କୁ ପଇସା ମାଗୁଥିବାର। ସେ ଟ୍ରାଫିକରେ ହେଉ କିମ୍ବା ରାସ୍ତା। ଯେଉଁଠି ଜନଗହଳିପୂର୍ଣ୍ଣ ସ୍ଥାନ ଥାଏ ସେଇଠି ସେମାନେ ପଇସା ମାଗିଥାନ୍ତି।
କିନ୍ତୁ ପଇସା ମାଗିବାକୁ ମନା କରିବାରୁ ଆକ୍ରମଣ କରିବା କଥା ଆପଣ ଦେଖିନଥିବେ। ସେପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ଗାନ୍ଧୀ ଛକରେ।
ଟ୍ରାଫିକରେ ରେଡ ଲାଇଟ ଥିବା ସମୟରେ ଲୋକଙ୍କୁ ଟଙ୍କା ମାଗୁଥିଲେ କିନ୍ନର। ଟ୍ରାଫିକ ପୋଲିସ ଟଙ୍କା ମାଗିବାକୁ ମନାକଲାରୁ କିନ୍ନର ଜଣଙ୍କ ରାଗିଯାଇ ତାଙ୍କ ଉପରେ ଆକ୍ରମଣ କଲେ। ଯାହାଫଳରେ ପୋଲିସ କର୍ମଚାରୀ ଜଣଙ୍କ ଆହତ ହୋଇଥିଲେ। ଶେଷରେ ଜଣେ ମହିଳା ପୋଲିସ କିନ୍ନର ଜଣଙ୍କୁ କାବୁ କରିଥିଲେ।