fbpx
BJD SKY
BJD SKY

ପାରମ୍ପରିକ ନୃତ୍ୟରେ ନାଚିଲେ କେନ୍ଦ୍ରମନ୍ତ୍ରୀ, ମୋଦୀ କଲେ ପ୍ରଶଂସା

BJD

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁଙ୍କ ଏକ ଡାନ୍ସ ଭିଡିଓ ସାମ୍ନାକୁୂ ଆସିଛି ଯାହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରିଜିଜୁ ବୁଧବାର ଅରୁଣାଞ୍ଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ମନ୍ତ୍ରୀ ପାରମ୍ପରିକ ନୃତ୍ୟ କରୁଥବା ଦେଖାଯାଇଛି । ଯାହାକୁ ରିଟ୍ୱିଟ କରି ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଭଲ ଡାନ୍ସର କହି ପ୍ରଶଂସା କରିଛନ୍ତି । ରିଜିଜୁଙ୍କ ଏହି ଭିଡିଓ ଏବଂ ତାଙ୍କର ଏହି ଖାସ ଅନ୍ଦାଜକୁ ପସନ୍ଦ ମଧ୍ୟ କରାଯାଉଛି ।

ଅରୁଣାଞ୍ଚଳ ପ୍ରଦେଶର କାଜଲଙ୍ଗ ଗ୍ରାମର ସ୍ଥାନୀୟ ସଜଲୋଙ୍ଗ ସମ୍ପ୍ରଦାୟର ଯାହାଙ୍କୁ ମିଜି ବୋଲି ମଧ୍ୟ କୁହାଯାଏ, ସେମାନଙ୍କ ପାରମ୍ପରିକ ଗୀତ ଏବଂ ନୃତ୍ୟ ସହ କିରନ ରିଜିଜୁଙ୍କ ସ୍ୱାଗତ କରିଥିଲେ । ରିଜିଜୁ ଟ୍ୱିଟ କରି ଲେଖିଥିଲେ “ସୁନ୍ଦରତାରେ ପରିପୂର୍ଣ୍ଣ ଥିବା କାଜଲଙ୍ଗ ଗ୍ରାମରେ ବିବେକାନନ୍ଦ କେନ୍ଦ୍ର ବିଦ୍ୟାଳୟ ପ୍ରୋଜେକ୍ଟର ସମୀକ୍ଷା କରିବା ଅବସରରେ । ଯେତେବେଳେବି ଏଠାକୁ ଅତିଥି ଆସିଥାନ୍ତି ସଜଲୋଙ୍ଗର ଅଧିବାସୀ ଏହି ଭଳି ଭାବରେ ତାଙ୍କ ସ୍ୱାଗତ କରିବା ସହ ଖୁସି ମନାଇଥାନ୍ତି । ଲୋକ ଗୀତ ଏବଂ ନୃତ୍ୟ ଅରୁଣାଞ୍ଚଳ ପ୍ରଦେଶରେ ସବୁ ସମୁଦାୟର ମୂଳ ଅଟେ ।

ରିଜିଜୁଙ୍କ ସହ ସେଠାକର ଲୋକମାନେ ପାରମ୍ପରିକ ପୋଷକ ପିନ୍ଧି ନୃତ୍ୟ କରୁଥିଲେ । ପାରମ୍ପରିକ ବାଦ୍ୟର ତାଳରେ ରିଜିଜୁ ଲୋକଙ୍କ ସହ ନୃତ୍ୟ କରୁଥିବାର ଦେଖିାଯାଇଛି । ସେଠାରେ ଉପସ୍ଥିତ ଲୋକ ମଧ୍ୟ ନୃତ୍ୟ କରୁଥିଲେ । ରିଜିଜୁଙ୍କ ଏହି ଭିଡିଓକୁ ରିଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମର ଆଇନ ମନ୍ତ୍ରୀ ମଧ୍ୟ ଜଣେ ଭଲ ଡାନ୍ସର, ଅରୁଣାଞ୍ଚଳ ପ୍ରଦେଶର ଜୀବନ୍ତ ଏବଂ ଗୌରବଶାଳୀ ସଂସ୍କୃତିକୁ ଦେଖି ଭଲ ଳାଗିଲା ।”

Get real time updates directly on you device, subscribe now.