fbpx

ମୋବାଇଲ ଗେମ୍ ନେଲା ଜୀବନ! ଫ୍ରିଫାୟାର୍ ଖେଳିବାକୁ ନଦେବାରୁ ଆତ୍ମହତ୍ୟା କଲେ ଛାତ୍ର

AAKASH

ଆନନ୍ଦପୁର(ଓଡ଼ିଶା ଭାସ୍କର): ମୋବାଇଲ ଗେମ୍ କବଳରେ ଏବେ ଯୁବ ସମାଜ । କେବଳ ଯୁବ ସମାଜ ନୁହେଁ ବରଂ ଛୋଟ ପିଲାମାନେ ଏହାଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ତେବେ ଏହା ମଧ୍ୟରେ ଆନନ୍ଦପୁରର ଜଣେ ଛାତ୍ର ମୋବାଇଲ ଗେମ୍ ପାଇଁ ଜୀବନ ହାରିଛନ୍ତି ଛାତ୍ର । ଘସିପୁରା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଫ୍ରିଫାୟାର୍ ଗେମ୍ ଖେଳିବାକୁ ମାଆ ମନା କରିବାରୁ ଆତ୍ମହତ୍ୟା କରିଛନ୍ତି ଛାତ୍ର । ପରୀକ୍ଷା ପାଖେଇ ଆସୁଥିବାରୁ ଖେଳିବାକୁ ମନା କରୁଥିଲେ ମାଆ । ମୋବାଇଲ ନ ଦେବାରୁ ଦୁଃଖ ପ୍ରକାଶ କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘରଛାତ ଉପରେ ବେକରେ ଗାମୁଛା ଭିଡ଼ି ଝୁଲି ପଡ଼ିଥିବା ସୂଚନା ମିଳିଛି । ପରିବାର ଲୋକେ ତାଙ୍କୁ ଦେଖି ତୁରନ୍ତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.