fbpx

ଅଜାଗାରେ କରୋନା ଟିକା, କାରନାମାକୁ ନେଇ କିର୍ତ୍ତୀ ହେଉଛନ୍ତି ଟ୍ରୋଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଉଦ୍ଦେଶ୍ୟ ଥିଲା ଠିକ୍ । ହେଲେ ବାର୍ତ୍ତା ଦେଇଛ ଭୁଲ୍… ଏଭଳି ୟୁଜର୍ସ କହିବା ସହ ଟ୍ରୋଲ୍ କରୁଛନ୍ତି । ଆଉ ସମାଲୋଚନାର ଶିକାର ହେଉଛନ୍ତି ଅଭିନେତ୍ରୀ କିର୍ତ୍ତୀ କୁହ୍ଲାରୀ । କାରଣ ଟିକାକରଣକୁ ନେଇ ତାଙ୍କ ସଚେତନତା ବାର୍ତ୍ତା ଭୁଲ୍ ଦିଗକୁ ସୂଚିତ କରୁଛି ବୋଲି ୟୁଜର୍ସଙ୍କ ମତ ପ୍ରକାଶ ପାଇଛି ।

ସମ୍ପ୍ରତି ମହାମାରୀ କରୋନାରୁ ବର୍ତ୍ତିବା ପାଇଁ ଦେଶରେ ବ୍ୟାପକ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଅଉ ଏଥିପାଇଁ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଟିକା ନେବା ପାଇଁ ଲୋକଙ୍କୁ ସଚେତନତା କରିଆସୁଛନ୍ତି । ଏହି କ୍ରମରେ ଅଭିନେତ୍ରୀ କିର୍ତ୍ତୀ କୁହ୍ଲାରୀ ଏକ ଭିଡିଓ ଶେଆର୍ କରି ସଚେତନତା ବାର୍ତ୍ତା ଦେବାକୁ ଉଦ୍ୟମ କରିଥିଲେ । ହେଲେ ଉକ୍ତ ଭିଡିଓ ଲାଗି ସେ ଟ୍ରୋଲ୍ ହେଉଛନ୍ତି । କାରଣ କିର୍ତ୍ତୀ ଉକ୍ତ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ଟିକା ଦେଉଥିବାର ଦୃଶ୍ୟ ରହିଛି, ହେଲେ ଟିକା ହାତର ମଧ୍ୟଭାଗ ତଥା କହୁଣୀର ବିପରୀତ ସ୍ଥାନ ଶିରାରେ ଦିଆଯାଉଥିବା ଦେଖା ଯାଉଛି । ବାସ୍ତବରେ ଟିକା ମାଂସପେଶୀରେ ଦିଆଯାଏ । ତେଣୁ ଲୋକେ ଜବରଦସ୍ତ ସମାଲୋଚନା କରିଆସୁଛନ୍ତି ।

ଅନେକ ୟୁଜର୍ସ କମେଣ୍ଟ୍ ଦେଇଛନ୍ତି ଯେ – ମାଡାମ୍ ଭୁଲ୍ ବାର୍ତ୍ତା ଦିଅନାହିଁ । ତେବେ ଇନଷ୍ଟାଗ୍ରାମରେ କିର୍ତ୍ତୀ ଶେଆର୍ କରିଥିବା ଉକ୍ତ ଭିଡିଓ ସମ୍ପର୍କରେ କହିଛନ୍ତି ଯେ ‘କଣ ଆପଣ ଟିକା ନେଲେଣି?’ ଜମାରୁ ବ୍ୟସ୍ତ ହୁଅନ୍ତୁନି, ଏହି ଭିଡିଓ କେବଳ ଶୁଟିଂ ପାଇଁ କରାଯାଇଛି, ବାସ୍ତବ ଟିକା ନୁହେଁ, ତେବେ ଲୋକେ ଟିକା ନେବା ନିହାତି ଜରୁରୀ । ଏହି ମର୍ମରେ କିର୍ତ୍ତୀ କ୍ୟାପ୍ସନ୍ ଦେଇଛନ୍ତି । ହେଲେ ଏମିତି ଭିଡିଓକୁ ଦେଖି ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି ଯେ- ଏମିତି ତ ଡ୍ରଗ୍ସ ଦିଆଯାଏ!

 

View this post on Instagram

 

A post shared by Kirti Kulhari (@iamkirtikulhari)

Get real time updates directly on you device, subscribe now.