fbpx

ଫ୍ରୀ ଫାୟାର୍ ଗେମ୍ ନେଲା ୧୩ ବର୍ଷିୟ ପୁଅର ଜୀବନ, ସୁଇସାଇଡ୍ ନୋଟରେ ‘I AM SORRY MUMMY’ ଲେଖି ଆତ୍ମହତ୍ୟା

ଛତରପୁର: ପବଜୀ ଗେମ୍ ପରେ ଏବେ ଯୁବପିଢ଼ି ଫ୍ରୀ ଫାୟାର୍ ଗେମ୍ ପିଲାମାନଙ୍କ ପାଇଁ ହାନିକାରକ ହେବାରେ ଲାଗିଛି । କରୋନା କାଳରେ ପାଠପଢ଼ାରେ ବ୍ରେକ୍ ଲାଗିଥିବାରୁ ପିଲାମାନେ ମୋବାଇଲ୍ ରେ ଗେମ୍ ଖେଳି ସମୟର ଦୁରୂପଯୋଗ କରୁଛନ୍ତି । ଏହି ଗେମ୍ ଏବେ ମଧ୍ୟପ୍ରଦେଶ ଛତରପୁରରେ ୧୩ ବର୍ଷର ନୀରିହ ପିଲାର ଜୀବନ ନେଇଛି । ପିଲାଟି ଏକ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିଛି । ସେ ଗେମ୍ ରେ ୪୦ ହଜାର ଟଙ୍କା ଉଡାଇବାପରେ ନିଜ ମାଆଙ୍କୁ ସରି ଲେଖି ଫାଶୀ ଦେଇ ଆତ୍ମହତ୍ୟା କରିଛି ।

ସୂଚନା ଅନୁସାରେ, ଛତରପୁରର ସାଗର ରୋଡ୍ ରେ ରହୁଥିବା ବିବେକ ପାଣ୍ଡେଙ୍କର ୧୩ ବର୍ଷର ପୁଅ ଫ୍ରୀ ଫାୟାର୍ ଖେଳି ୪୦ ହଜାର ଟଙ୍କା ଉଡ଼ାଇଥିଲା । ଯାହାପରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ଏପରି କରିବା ପୂର୍ବରୁ ସେ ହିନ୍ଦୀ ଓ ଇଂରାଜୀ ଭାଷାରେ ଏକ ସୁଇସାଇଡ୍ ନୋଟ୍ ଲେଖିଛି । ଯେଉଥିରେ ଲେଖାଯୋଇଛି ଯେ, ‘I AM SORRY MUMMY’ ମୋତେ କ୍ଷମା କରିଦେବ । ମୁଁ ବହୁତ ଟଙ୍କା ଗେମ୍ ରେ ହାରିଦେଇଛି ତେଣୁ ମୁଁ ଆତ୍ମହତ୍ୟା କରୁଛି ” । ଏବଂ ୪୦ ହଜାର ଟଙ୍କା କଥା ବି ଉଲ୍ଳେଖ କରିଛି । କୁହାଯାଉଛି ଯେ, ମୃତ କୃଷ୍ଣାର ମାଆ ପ୍ରତିଦିନ ତାକୁ ମୋବାଇଲ୍ ଗେମ୍ ଖେଳିବାକୁ ବାରଣ କରୁଥିଲେ । କିନ୍ତୁ ସେ କଥା ନ ମାନି ସବୁବେଳେ ଖେଳୁଥିଲା । ଆଉ ଫଳସ୍ୱରୂପ ସେ ଆଜି ଆତ୍ମହତ୍ୟା କରିଛି ।

Get real time updates directly on you device, subscribe now.