fbpx
BJD SKY
BJD SKY

କୃଷକ ଆନ୍ଦୋଳନ; ଶମ୍ଭୁ ବର୍ଡରରେ ପରିସ୍ଥିତି ଅଣାୟତ, ଡ୍ରୋନ୍‌ରେ ପକାଗଲା ଲୁହବୁହା ଗ୍ୟାସ୍ ଗୋଳା

BJD

ଚଣ୍ଡୀଗଡ: କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ହରିୟାଣାର ଶମ୍ଭୁ ବର୍ଡରରେ ହଙ୍ଗାମା ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ହରିୟାଣା ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ସ୍ପ୍ରେ କରାଯାଇଛି । ଏହାପରେ ଘଟଣାସ୍ଥଳରେ ପରିସ୍ଥିତି ଅଧିକ ଅଣାୟତ ହୋଇପଡିଛି । ଦିନ ୧୨ଟା ସମୟରେ କୃଷକ ଆନ୍ଦୋଳନ ବର୍ଡରରୁ ଆଗକୁ ଯିବାକୁ ଚେଷ୍ଟା କରୁଥିଲା କିନ୍ତୁ ପୋଲିସ ଲଗାତର ଡ୍ରୋନ୍ ମାଧ୍ୟମରେ ଲୁହବୁହା ଗ୍ୟାସ୍ ଗୋଳା ପକାଇବାରୁ ସେଠାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ।

ମିଳିଥିବା ସୂଚନାରୁ ଜଣାପଡିଛି କି ଶମ୍ଭୁ ବର୍ଡରରେ ପହଞ୍ଚି କୃଷକମାନେ ବ୍ୟାରିକେଡକୁ ଭାଙ୍ଗି ଦେବାରୁ ପୋଲିସକୁ ଏହାର ଜବାବରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଛି । ପୋଲିସ ଡ୍ରୋନ୍ ଜରିଆରେ ବର୍ଡରର ଅନ୍ୟପଟୁ ଆନ୍ଦୋଳନ ଉପରେ ନଜର ରଖିଥିଲା । ପରିସ୍ଥିତିକୁ ଦେଖି ପୋଲିସ ପ୍ରାୟ ୧୨ଘ ୩୦ ମି ସମୟରେ ଲୁହବୁହା ଗ୍ୟାସ ଗୁଳା ପକାଇଛି । ହରିୟାଣା ପୋଲିସ ଶମ୍ଭୁ ବର୍ଡରରେ କୃକେଙ୍‌କ ଲାଗି ହେଲ୍ପ ଲାଇନ୍ ନଂ ବି ଜାରି କରିଛି । ପୋଲିସ କହିଛି ଯେ ପର୍ଯ୍ୟନ୍ତ କୃଷକ ନେତା ଆସିନାହାନ୍ତି ସେ ପର୍ଯ୍ୟନ୍ତ କୃଷକଙ୍କୁ ଆଗକୁ ବଢିବାକୁ ଦିଆଯିବ ନାହିଁ । ଯଦି କେହି ଏ ବିଷୟରେ କଥା ହେବାକୁ ଚାହୁଁଛନ୍ତି ତେବେ ସେମାନେ ଜାରି ନମ୍ବରରେ କଥା ହୋଇପାରିବେ ।

Get real time updates directly on you device, subscribe now.