fbpx

OPSC ପକ୍ଷରୁ ସୂଚନା: ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରିନ୍ସପାଲ ପଦ ପାଇଁ ଆବେଦନ କରିଥିବା ଦୁଇ ଜଣଙ୍କ ପ୍ରାର୍ଥୀତ୍ୱ ରିଜେକ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରିନ୍ସପାଲ ପଦ ପାଇଁ ଆବେଦନ କରିଥିବା ଦୁଇଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ରିଜେକ୍ଟ ହୋଇଯାଇଛି । ୨୦୨୩/୨୪ର ବିଜ୍ଞାପନ ନଂ-୧୮ରେ କୁ ନେଇ ଆସିଛି ଏହି ଅପଡେଟ୍ । ପ୍ରାର୍ଥୀମାନେ ଅନଲାଇନ୍ ଡାଟା (କପି ସଂଲଗ୍ନ) କରିବା ପରେ ଦୁଇଜଣଙ୍କ ପ୍ରାର୍ଥୀତ୍ୱ ରିଜେକ୍ଟ ହୋଇଥିବା ଜଣାପଡ଼ିଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଛି ।

ସରକାରୀ ଇଞ୍ଜିନିୟରିଂ କଲେଜର ପ୍ରିନ୍ସପାଲ ପଦ ପାଇଁ ଅନଲାଇନ୍ ଜରିଆରେ ଆବେଦନ କରିଥିବା ପ୍ରାର୍ଥୀମାନେ ଏନେଇ ଅଧିକ ଜାଣିବା ପାଇଁ ଓପିଏସସିର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ । ୱେବସାଇଟରେ ରିଜେକ୍ଟ ହୋଇଥିବା ପ୍ରାର୍ଥୀଙ୍କର ଲିଷ୍ଟ ଜାରି କରାଯାଇଛି । ଆବେଦନକୁ ନିଜେ ରଦ୍ଦ କରିବା କାରଣରୁ ଏହି ଦୁଇ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ରିଜେକ୍ଟ ହୋଇଛି । ହରିଶ କୁମାର ସାହୁ ଓ ଏସ. ପ୍ରଧାନଙ୍କ ପ୍ରାର୍ଥୀତ୍ୱ ରିଜେକ୍ଟ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.