fbpx
BJD SKY
BJD SKY

ତେଜସ୍ୱୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ମାନହାନୀ ମାମଲାରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା RJD ନେତା ତେଜସ୍ୱୀ ଯାଦବଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ‘ଗୁଜରାଟି ଠକ’ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅପରାଧିକ ମାନହାନୀ ଅଭିଯୋଗକୁ ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟ ରାୟ ପ୍ରକାଶ କରି କହିଛନ୍ତି ବର୍ତ୍ତମାନ ତେଜସ୍ୱୀ ଯାଦବଙ୍କ ବିରୋଧରେ ଅହମଦାବାଦରେ ଆଉ ଶୁଣାଣି ହେବ ନାହିଁ । ଏହା ସହ ତେଜସ୍ୱୀଙ୍କ କ୍ଷମା ପ୍ରାର୍ଥନାକୁ ମଧ୍ୟ ଗ୍ରହଣ କରିଛନ୍ତି । ଜଷ୍ଟିସ ଅଭୟ ଓକା ଏବଂ ଜଷ୍ଟିସ ଉଜ୍ଜ୍ୱଲ ଭୂୟାଁଙ୍କ ଏକ ପୀଠ ତେଜସ୍ୱୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅବେଦନକୁ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାୟ ଶୁଣାଇଥିଲେ ।

ସୂଚନାରୁ ପ୍ରକାଶ ଗୁଜାରଟବାସୀଙ୍କୁ ନେଇ ତେଜସ୍ୱୀ ଯାଦବ ଦେଇଥିବା ଟିପ୍ପଣୀ ପରେ ବିବାଦ ମଧ୍ୟରେ ଘେରି ରହିଥିଲେ । ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ ହୋଇଥିଲା । କହିରଖୁଛୁ ପୂର୍ବରୁ ସୁପ୍ରିମକୋର୍ଟ ତେଜସ୍ୱୀଙ୍କୁ ‘କେବଳ ଗୁଜରାଟି ହିଁ ଠକ ହୋଇପାରିବେ’ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରିବା ପାଇଁ ଏକ ଉପଯୁକ୍ତ ବିବୃତ୍ତି ଦାଖଲ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ପରେ ସୁପ୍ରିମକୋର୍ଟଙ୍କ ଫଇସଲାକୁ ତେଜସ୍ୱୀ ଗ୍ରହଣ କରିଥିଲେ ଏବଂ ଏଥିପାଇଁ କ୍ଷମାପ୍ରାର୍ଥନା କରିଥିଲେ ଯାହାକୁ ସୁପ୍ରିମକୋର୍ଟ ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.