ହଟିଲା କୃଷକ ଆନ୍ଦୋଳନ; ଘରକୁ ଫେରିବେ କୃଷକ

ନୂଆଦିଲ୍ଲୀ: ପ୍ରାୟ ଏକ ବର୍ଷ ଧରି ଚାଲିଥିବା କୃଷକ ଆନ୍ଦୋଳନ ପ୍ରତ୍ୟାହୃତ । ପ୍ରେସମିଟରେ ଏହି ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଆସନ୍ତା ୧୧ରୁ ଘରକୁ ଫେରିବେ ଆନ୍ଦୋଳନରତ କୃଷକ । ଜାନୁଆରୀ ୧୫ ତାରିଖରେ ଔପଚାରିକ ଏକ ସମୀକ୍ଷା ବୈଠକ ବସିବ । ସେପଟେ ବର୍ଷେ ପାଖାପାଖି ସଂଘର୍ଷ ପରେ ବଡ଼ ବିଜୟ ନେଇ ଘରକୁ ଫେରୁଛୁ, ଯଦି ପ୍ରତିଶ୍ରୃତି ପୂରଣ ନହୁଏ ପୁଣି ଆନ୍ଦୋଳନରେ ବସିବୁ ବୋଲି କହିଛନ୍ତି କୃଷକ ନେତା ।

ସୂଚନାଯୋଗ୍ୟ, ପ୍ରାୟ ଏକ ବର୍ଷ ଧରି ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବସିରହିଥିଲେ ଚାଷୀ । ଶେଷରେ କେନ୍ଦ୍ର ସରକାର ଏହି କୃଷି ଆଇନକୁ ପ୍ରତ୍ୟାହୃତ କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଶୀତକାଳୀନ ଅଧିବେଶନରେ ତିନି କୃଷି ଆଇନ ପ୍ରତ୍ୟାହୃତ ହେବାପରେ ହଟିଛି କୃଷକ ଆନ୍ଦୋଳନ ।