fbpx

ଲକ୍-ଡାଉନ୍ ଖୋଲିବାରୁ କମ୍ପାନୀରେ ଚାଲିଲା ‘ଚୁମ୍ବନ’ ପ୍ରତିଯୋଗିତା

ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଯୋଗୁ ଏବେ ସାରା ବିଶ୍ୱ ଚିନ୍ତାରେ ପଡିଛି । କିନ୍ତୁ ଚୀନରେ ଏବେ ଅବସ୍ଥା ସୁଧୁରିବାରେ ଲାଗିଛି । ସରକାର ମଧ୍ୟ ଲକ୍-ଡାଉନକୁ ନେଇ କିଛି ପ୍ରତିବନ୍ଧକ ଉଠାଇଦେଇଛନ୍ତି । ଏହାରି ମଧ୍ୟରେ ଚୀନର ଏକ କମ୍ପାନୀରେ କିଛି ଅଜବଗଜବ ଉତ୍ସବ ଦେଖିବାକୁ ମିଳିଛି । ସୁଜାଉରେ ଥିବା ଏକ କମ୍ପାନୀ ପୁନଃ ଖୋଲିବା ଖୁସିରେ ସେଠାରେ ଚୁମ୍ବନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା କର୍ମଚାରୀଙ୍କ ମଧ୍ୟରେ ହୋଇଥିଲା, ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଲୋକଙ୍କ ମଝିରେ କାଚ ରହିଥିବା ଜଣାପଡିଛି ।

ଚୀନ ମିଡିଆ ପ୍ଲାଟଫର୍ମରେ ଏହି ଫଟୋ ପ୍ରାୟ ୧ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ସରକାର ଏହି କମ୍ପାନୀଗୁଡିକୁ ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି କମ୍ପାନୀର ଲୋକେ ଏହାର ମଜାକ୍ ଉଡାଇଥିବା ଏହି ଫଟୋରେ ସ୍ପଷ୍ଟ ଦେଖାଯାଉଛି ।

Get real time updates directly on you device, subscribe now.