fbpx

୩ନୂଆ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍

ଭୁବନେଶ୍ୱର, ୨୨ା୪(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ଆଉ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ଆକ୍ରାନ୍ତ ଭଦ୍ରକ ବାସୁଦେବପୁର ବ୍ଲକର । ତିନିଜଣ ବ୍ୟକ୍ତିଙ୍କ ବୟସ ୫୫,୪୦ ଓ ୩୫ବର୍ଷ ବୋଲି ଜଣାପଡ଼ିଛି । ବାସୁଦେବପୁରରେ ଆଜି ସୁଦ୍ଧା ମୋଟ୍ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍ ଥିବା ସୂଚନା ମିଳିଛି । ଆଜି ଚିହ୍ନଟ ହୋଇଥିବା ନୂଆ ୩ଆକ୍ରାନ୍ତ ପୁରୁଣା ଆକ୍ରାନ୍ତଙ୍କ ସହ କୋଲକାତାରୁ ଆସିଥିଲେ । ଏହାସହ ଆକ୍ରାନ୍ତ ୩ଜଣଙ୍କ ସମେତ ୧୬ଜଣ କୋଲକାତାରୁ ଫେରିଥିବା ସୂଚନା ରହିଛି । ୨ଟି ବୋଲେରୋରେ ଫେରିଥିବା ନେଇ ଜଣାପଡ଼ିଛି ।

Get real time updates directly on you device, subscribe now.