fbpx

ମାଂଝି ରିଟର୍ଣ୍ଣସ : ସିଏ ପାହାଡ କାଟିଥିଲେ, ଇଏ ୨୧ ଦିନରେ ଖୋଳିଲେ ୨୫ ଫୁଟର କୂଅ

ମହାରାଷ୍ଟ୍ର :୨୨ ।୪: ଲକ ଡାଉନରେ ଘରୁ ବାହାରିବା ଉପରେ ପ୍ରତିବନ୍ଧକ । ଘରେ ରହି ବି କାମ କିଛି ନାହିଁ । ଏଭଳି ଅବସ୍ଥାରେ ମହାରାଷ୍ଟ୍ରର ଏକ ଦମ୍ପତ୍ତିଙ୍କୁ ଏକ ଅଜବ ଆଇଡିଆ ଯୁଟିଲା । ଘର ପଛପଟେ ସ୍ୱାମୀ ସ୍ତ୍ରୀ ମିଶି କୂଅ ଖୋଳିବାକୁ ଯୋଜନା କଲେ । ଆଉ ୨୧ ଦିନ ମଧ୍ୟରେ ଏଥିରେ ସଫଳ ବି ହେଲେ । ଏମାନଙ୍କ ପାଖରେ କୂଅ ଖୋଳିବାକୁ ସେଭଳି କିଛି ଆଧୁନିକ ଯନ୍ତ୍ରପାତି ନଥିଲା । କୋଦାଳ ଓ କୋଡି ସହାୟତାରେ ୨୫ ଫୁଟର କୂଅ ଖୋଳି ଦେଲେ । ପ୍ରକୃତରେ ଗଜାନନଙ୍କ ପରିବାର ପାଇଁ ପାଣିର ସମସ୍ୟା ରହୁଥିଲା । ଲକ ଡାଉନରେ କରିବାକୁ କିଛି ନଥିଲା । ତେଣୁ କୂଅ ଖୋଳା ଆରମ୍ଭ କରିଥିଲେ । ପ୍ରଥମେ ତ ପଡୋଶୀ ମାନେ ଥଟା କରୁଥିଲେ । କିନ୍ତୁ ଦୃଢ଼ ଇଚ୍ଛା ଶକ୍ତି ବଳରେ ଅସମ୍ଭବ କୁ ସମ୍ଭବ କରି ଦେଖାଇଲେ ।

Get real time updates directly on you device, subscribe now.