fbpx

ସାଇକେଲରେ ଗୁଜରାଟରୁ ଫେରୁଥିଲେ ଓଡିଶା,ଗିରଫ କଲା ପୋଲିସ

ଭୁବନେଶ୍ୱର :୨୨ ।୪(ଓଡିଶା ଭାସ୍କର): ଗୁଜରାଟରେ ଦିନକୁ ଦନ ଖରାପ ହେଉଛି ଓଡିଆ ଶ୍ରମିକଙ୍କ ସ୍ଥତି ।ଲକ ଡାଉନ ଯୋଗୁଁ ନା ଘରକୁ ଫେରିପାରୁଛନ୍ତି ନାଁ ସେଠି ନିଜ ପାଇଁ ଦୁଇ ଓଳିର ଖାଦ୍ୟ ଯୋଗାଡ କରିପାରୁଛନ୍ତି । ସୁରଟରେ ବେଶୀ ସାଂଘାତିକ ଅବସ୍ଥା । ସୁରଟରେ ଥିବା ଓଡିଆ ଶ୍ରମିକ ମାନେ ଏଥିପାଇଁ ବାରମ୍ବାର ରାସ୍ତାକୁ ଓହ୍ଲାଇଲେଣି । କିନ୍ତୁ ପରିସ୍ଥିତିରେ ସୁଧାର ଆସୁନାହିଁ । ଏଭଳି ଅବସ୍ଥାରେ ୧୧ ଜଣ ଶ୍ରମିକ ଓଡିଶା ଫେରିବାକୁ ନିଷ୍ପତ୍ତି ନେଲେ । ରାତା ରାତି ସାଇକେଲ ଧରି ଓଡିଶା ଅଭିମୂଖେ ବାହାରି ପଡିଲେ । କିନ୍ତୁ ଏଥିରେ ସଫଳ ହେଲେନି । ସୁରଟ ସୀମା ପାର କରିବା ଆଗରୁ ଗିରଫ କରିନେଇଛି ସୁରଟ ପୋଲିସ । ଅବଶ୍ୟ ପୋଲିସ ତାଙ୍କ ସ୍ୱସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଖାଦ୍ୟ ଯୋଗାଇ ଫେରାଇ ଦେଇଛି ।

Get real time updates directly on you device, subscribe now.