fbpx

ଚାଉଳରୁ ସାନିଟାଇଜର ପ୍ରସ୍ତୁତିକୁ କେନ୍ଦ୍ରର ଗ୍ରୀନ ସିଗନାଲ

ଭୁବନେଶ୍ୱର :୨୨ ।୪(ଓଡିଶା ଭାସ୍କର): ଚାଉଳରୁ ପ୍ରସ୍ତୁତ ହେବ ହ୍ୟାଣ୍ଡ ସାନିଟାଇଜର । କରୋନା ବିପତ୍ତି ସମୟରେ ସାନିଟାଇଜର ର ଆବଶ୍ୟକତାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଚାଉଳକୁ ପ୍ରକ୍ରିୟାକରଣ କରାଯାଇ ଏଥିରୁ ଇଥାନୋଲ ପ୍ରସ୍ତୁତ କରାଯିବ । ଏଥିରୁ ଆଲକେହାଲ ଉତ୍ପାଦନ କରାଯାଇ ଏଥିରେ ପେଟ୍ରୋଲ ମିଶାଯିବ । ଯାହା ସାନିଟାଇଜର କାମ କରିବ । ଫୁଡ କର୍ପୋରେସନ ଅଫ ଇଣ୍ଡିଆର ଗଚ୍ଛିତ ଥିବା ସରପ୍ଳସ ଚାଉଳକୁ ଏଥିପାଇଁ ବ୍ୟବହାର କରାଯିବ । ନ୍ୟାସନାଲ ବାୟୋଫୁଏଲ କୋଡିନେସନ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଫୁଡ କର୍ପୋରେସନ ଅଫ ଇଣ୍ଡିଆର ଗୋଦାମରେ ଏବେ ୩୦.୯୭ ମିଲିଅନ ଟନ ଚାଉଳ ଗଚ୍ଛିତ ଅଛି ।

Get real time updates directly on you device, subscribe now.