fbpx

Kissing Side Effects : ଥରେ କିସ୍ କଲେ ୮୦ ନିୟୁତ ଭୂତାଣୁ ଆଦାନପ୍ରଦାନ ହୋଇଥାଏ…

ନୂଆଦିଲ୍ଲୀ : କିସ୍ କରିବା ବା ଚୁମ୍ବନ ଦେବା ଯଦିଓ ଯୌନ ସମ୍ବନ୍ଧର ଏକ ଅଂଶ, ତଥାପି ଏହା ବର୍ତ୍ତମାନ ଯୁଗରେ ଅତି ସାଧାରଣ ହୋଇ ଗଲାଣି । ପରସ୍ପରକୁ ଚୁମ୍ବନ ଦେଇ ପ୍ରେମ ବ୍ୟକ୍ତ କରିବାର ଏହା ଏକ ମାଧ୍ୟମ ହୋଇଯାଇଛି । କେବଳ ପ୍ରେମୀ ଯୁଗଳ ପରସ୍ପରକୁ କିସ୍ କରନ୍ତି ତାହା ନୁହେଁ, ଅନ୍ୟ ସମ୍ପର୍କରେ ମଧ୍ୟ ଚୁମ୍ବନ ଦିଆଯାଏ । ବିଶେଷ କରି ଛୋଟ ପିଲାମାନଙ୍କୁ ଚୁମ୍ବନ ଦେଇ ସେମାନଙ୍କ ପ୍ରତି ଥିବା ସ୍ନେହକୁ ପରିପ୍ରକାଶ କରିଥାଉ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଚୁମ୍ବନ କରିବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ବଢିଥାଏ ।

ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି ଯେ, ଚୁମ୍ବନ ଦେବା ଯୋଗୁଁ ଏହାର ବିଭିନ୍ନ ପାଶ୍ୱର୍ପ୍ରତିକ୍ରିୟା ରହିଛି । ଚୁମ୍ବନ କରିବା ଦ୍ୱାରା ପାଟି ରୋଗ ହେବାର ଆଶଙ୍କା ବଢିଯାଇଥାଏ । ଯଦି ତୁମ ପାର୍ଟନର ସ୍ୱଚ୍ଛତାକୁ ସଠିକ୍ ଭାବରେ ଅନୁସରଣ କରେ ନାହିଁ ବା ନିଜ ପାଟି ଓ ଦାନ୍ତକୁ ଭଲ ଭାବରେ ସଫା କରେ ନାହିଁ, ତାହା ଦ୍ୱରା ରୋଗ ବ୍ୟାପିବାର ଅନେକ ଆଶଙ୍କା ଥାଏ । ଜୀବାଣୁ ସଂସ୍ପର୍ଶରେ ଆସିବା ଦ୍ୱାରା ପାଟି ରୋଗ ହୋଇଥାଏ ।

ବିଶେଷଜ୍ଞମାନେ କହିଛନ୍ତି ଯେ ଯେତେବେଳେ ତୁମେ ତୁମର ସାଥୀକୁ ଚୁମ୍ବନ କର, ଉଭୟ ପାଟିରେ ପ୍ରାୟ ୮୦ ନିୟୁତ ବ୍ୟାକ୍ଟେରିଆର ଆଦାନପ୍ରଦାନ ହୁଏ । ଯଦି ତୁମର ସାଥୀ ଦୀର୍ଘ ସମୟ ଧରି ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଇନାହାଁନ୍ତି କିମ୍ବା ସ୍ୱଚ୍ଛତା ଅନୁସରଣ କରୁନାହାଁନ୍ତି, ତେବେ ଆପଣଙ୍କ ପାଟିରେ ଖରାପ ଜୀବାଣୁ ଆସିବାର ସମ୍ଭାବନା ବହୁତ ଅଧିକ ଅଛି । ଏହି କାରଣରୁ ଆପଣଙ୍କୁ ଅନେକ ପ୍ରକାରର ପାଟି ରୋଗର ସାମ୍ନା କରିବାକୁ ପଡିପାରେ ।

Cavity – ସାଧାରଣତଃ ଦାନ୍ତ କ୍ଷୟ ହେତୁ ଏହି ସମସ୍ୟା ଦେଖାଦିଏ । ଯାହା ଷ୍ଟ୍ରେପଟୋକୋକସ୍ ମ୍ୟୁଟନ୍ସ ନାମକ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜୀବାଣୁ ଦ୍ୱାରା ହୋଇଥାଏ । ଏହି ଜୀବାଣୁ ଏକ ସ୍ୱତନ୍ତ୍ର ପ୍ରକାରର ଏସିଡ୍ ଉତ୍ପନ କରେ ଯାହା ଧୀରେ ଧୀରେ ଦାନ୍ତର ଏନାଲ୍ ଭାଙ୍ଗିଯାଏ। ଏହା ଗୋଟିଏରୁ ଏକାଧିକ ଦାନ୍ତକୁ ସଂକ୍ରମଣ କରେ । କିସ୍ କରିବା ଦ୍ୱାରା ଏହି ଜୀବାଣୁ ଅନ୍ୟ ଜଣଙ୍କ ପାଟକୁ ସହଜରେି ଚାଲିଯାଇଥାଏ ।

Gum Disease– ମାଢି ଫୁଲିବା ବିଭିନ୍ନ ପ୍ରଜାତିର ଜୀବାଣୁ ଦ୍ୱାରା ହୋଇଥାଏ । ଥରେ ଏହି ଜୀବାଣୁ ସଂକ୍ରମିତ ହେଲେ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଏହି ସମସ୍ୟା ଭୋଗିବାକୁ ପଡେ । ଏହି ଜୀବାଣୁ ଗୁଡିକ ମାଢି ସଂସ୍ପର୍ଶରେ ଆସିବା ଦ୍ୱାରା ବିଷାକ୍ତ ପ୍ରକ୍ରିୟା କରି ସୂକ୍ଷ୍ମ ଚର୍ମକୁ ଫୁଲାଇ ଦେଇଥାନ୍ତି । ଯାହା ଫଳରେ ବ୍ରଶ୍ କରିବା ସମୟରେ ବା ଦାନ୍ତ ଘଷିବା ସମୟରେ କଷ୍ଟ ହୋଇଥାଏ ଏବଂ ସେଥିରୁ ରକ୍ତ ବାହାରିଥାଏ ।

periodontal disease- ପେରିଓଡୋଣ୍ଟାଲ୍ ରୋଗ ଦାନ୍ତର ମୂଳକୁ ଅଧିକ ପ୍ରଭାବିତ କରିଥାଏ । ହାଡର ଟିସୁ ଉପରେ ପ୍ରଭାବ ପକାଇବା ଆରମ୍ଭ କରେ । ଏହି କାରଣରୁ ଦାନ୍ତର ମୂଳ ନଷ୍ଟ ହୋଇଯାଏ । ଯାହା ଫଳରେ ଦାନ୍ତ ଝଡିବା ଆରମ୍ଭ ହୁଏ । ବୟସ୍କ ଅବସ୍ଥାରେ ଦାନ୍ତ ଝଡିବାର ଏହା ହେଉଛି ସବୁଠାରୁ ସାଧାରଣ କାରଣ ।

Get real time updates directly on you device, subscribe now.