fbpx

ରୋଷେଇ ଘରେ ଏପରି କରୁଥିଲେ ହୋଇଯାଆନ୍ତୁ ସାବଧାନ! ଭୋଗିପାରନ୍ତି ଆର୍ଥିକ ସଙ୍କଟ

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବିଶେଷ ଗୁରୁତ୍ୱ ରହିଛି । ଘର ତିଆରି ଠାରୁ ଆରମ୍ଭ କରି ସବୁକିଛି ବ୍ୟବସ୍ଥିତ ରଖିବା ପର୍ୟ୍ୟନ୍ତ ନିୟମ ଉଲ୍ଳେଖ କରାଯାଇଛି । ତେବେ ଏହାକୁ ଅନୁସରଣ କରିବା ଫଳରେ ଜଣେ ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ଏବଂ ପ୍ରଗତି ପାଇଁ ବାଟ ଖୋଲିଯାଇଥାଏ । ବାସ୍ତୁ ଶାସ୍ତ୍ରରେ ରୋଷେଇ ଘର ସମ୍ବନ୍ଧରେ ମଧ୍ୟ ଅନେକ ନିୟମ ଲେଖାଯାଇଛି । ଯଦି ଏହି ସବୁ ନିୟମକୁ ଧ୍ୟାନ ଦିଆଯାଏ ତେବେ ଆପଣଙ୍କୁ କେବେ ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏପରିକି ଜୀବନରୁ ଅସଫଳତା ଦୂର ହେବା ସହିତ ଆପଣଙ୍କ ଜୀବନରେ ସୁଖ ଏବଂ ଦେବୀ ଲକ୍ଷ୍ମୀ ସର୍ବଦା ବାସ ରହିବ । ଆସନ୍ତୁ ଜାଣିବା ରୋଷେଇ ଘର ସହିତ ଜଡିତ ଥିବା ବାସ୍ତୁ ନିୟମ ।

– ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ସିଡ଼ି ତଳେ କେବେବି ରୋଷେଇ ଘର ନିର୍ମାଣ କରାଯିବା ଉଚିତ ନୁହେଁ। ଏହା ସହିତ ବାଥରୁମ ଉପରେ କିମ୍ବା ତଳେ ରୋଷେଇ ଘର ନିର୍ମାଣ କରିବା ମଧ୍ୟ ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

– ବାସ୍ତୁ ଅନୁଯାୟୀ, ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଖାଦ୍ୟ ରାନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ । ଏହା ଦ୍ୱାରା ଆପଣଙ୍କୁ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏପରି କରିବା ଦ୍ୱାରା ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହା ବ୍ୟତୀତ ଘରେ ସବୁବେଳେ ଦାରିଦ୍ର୍ୟତା ଲାଗି ରହିବାର ସମ୍ଭାବନା ରହିଥାଏ ।

– ବାସ୍ତୁ ଅନୁଯାୟ. ରୋଷେଇ ଘର ଅପରିଷ୍କାର ରହିବା ଦ୍ୱାରା ସେଠାରେ ନକାରାତ୍ମକ ଶକ୍ତିର ବାସ ହୋଇଥାଏ । ତେବେ ଏଥିପାଇଁ ଆର୍ଥିକ ସଙ୍କଟ ତଥା ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ । ରୋଷେଇ ଘରେ ଥିବା ମଇଳା ମଧ୍ୟ ରୋଗ ସୃଷ୍ଟିକାରୀ ଜୀବାଣୁଙ୍କୁ ସୃଷ୍ଟି କରିଥାଏ ।

– ବାସ୍ତୁ ଅନୁସାରେ, ଘରର ମୁଖ୍ୟ ଦ୍ୱାର ଦେଇ ଗ୍ୟାସ ଚୁଲା ବାହାରକୁ ଦେଖାଯବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହି କାରଣରୁ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବା ସହିତ ଆପଣଙ୍କୁ ଆର୍ଥିକ ସଙ୍କଟର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ ।

– ବାସ୍ତୁ ଅନୁଯାୟ. ରୋଷେଇ ଘରେ ଝାଡ଼ୁ ରଖିବା ଆଦୌ ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ବଢ଼ିଥାଏ । ଏହା ବ୍ୟତୀତ, ଯଦି ଆପଣ ରୋଷେଇ ଘରର ବେସିନ ବା ସିଙ୍କ ତଳେ ଡଷ୍ଟବିନ ରଖୁଛନ୍ତି ତେବେ ଏହା ଘରେ ନକାରାତ୍ମକ ଶକ୍ତିର ପ୍ରବାହକୁ ମଧ୍ୟ ବଢ଼ାଇଥାଏ ।

Get real time updates directly on you device, subscribe now.