fbpx

KKR vs SRH: ଆଜି ହାରିଲେ ପ୍ଲେ ଅଫରୁ ବାଦ୍ ପଡିବ କୋଲକାତା, ହାଇଦ୍ରାବାଦର ଖେଳ ବି ବିଗିଡିପାରେ

ପୁଣେ: ଆଜି ଆଇପିଏଲର ୬୧ତମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚ୍ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଦୁଇ ଦଳ ପାଇଁ ଏହି ମ୍ୟାଚ୍ ବହୁ ଗୁରୁତ୍ଵପୂର୍ଣ୍ଣ ରହିଛି। ଦୁଇ ଥରର ଚାମ୍ପିଅନ କୋଲକାତା ଯଦି ଏହି ମୁକାବିଲା ହାରିଯାଏ ତେବେ ଦଳ ପ୍ଲେ ଅଫରୁ ବାଦ୍ ପଡିବାରେ ତୃତୀୟ ଦଳ ହେବ। ଯଦି ହାଇଦ୍ରାବାଦ ହାରେ ତେବେ ପ୍ଲେ ଅଫ ଦୌଡରେ ବହୁ ପଛରେ ରହିଯିବ।

କୋଲକାତା ନାଇଟ୍ ରାଇଡର୍ସ ଚଳିତ ସିଜିନରେ ଏ ପର‌୍ୟ୍ୟନ୍ତ ୧୨ଟି ମ୍ୟାଚ୍ ଖେଳି ୫ଟି ଜିତିଥିବା ବେଳେ ୭ଟିରେ ପରାଜିତ ହୋଇଛି। କୋଲକାତା ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। କୋଲକାତାର ପ୍ଲେ ଅଫରେ ପହଞ୍ଚିବାର ସୁଯୋଗ ବହୁତ କମ ରହିଛି। ଦଳ ଦୁଇଟି ମ୍ୟାଚ୍ ଜିତିଲେ ବି ୧୪ ପଏଣ୍ଟରେ ପହଞ୍ଚି ପାରିବ। ହେଲେ ଦଳ ପ୍ଲେ ଅଫରେ ପହଞ୍ଚିବ କି ନାହିଁ ତାହା ବାକି ଦଳର ପ୍ରଦର୍ଶନ ଉପରେ ନିର୍ଭର କରେ। ଯଦି କୋଲକାତା ଆଜିର ମ୍ୟାଚ୍ ହାରେ ତେବେ ପ୍ଲେ ଅଫ ଦୌଡରୁ ସଂପୂର୍ଣ୍ଣ ବାଦ୍ ପଡିବ।

କେନ ଓ୍ଵିଲିୟମସନଙ୍କ ସନରାଇଜର୍ସ ହାଇଦ୍ରାବାଦ କ୍ରମାଗତ ୫ଟି ମ୍ୟାଚ୍ ଜିତିବା ପରେ ଲଗାତାର ୪ଟି ମ୍ୟାଚ୍ ହାରି ସାରିଛି। ୧୧ଟି ମ୍ୟାଚରୁ ୫ଟି ଜିତି ୧୦ ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଯଦି ହାଇଦ୍ରାନିଜର ଅବଶିଷ୍ଟ ତିନୋଟି ମ୍ୟାଚ୍ ଜିତିଯାଏ ତେବେ ୧୬ ପଏଣ୍ଟରେ ପହଞ୍ଚିଯିବ ଏବଂ ଦଳକୁ ନେଟ୍ ରନ ରେଟ୍ ଉପରେ ନିର୍ଭର ରହିବାକୁ ପଡିବ। ଯଦି ଆଜି ମ୍ୟାଚ୍ ହାରିଯାଏ ତେବେ ଦଳ ଅତି ବେଶିରେ ୧୪ ପଏଣ୍ଟ ହାସଲ କରି ପାରିବ।

ଉଭୟ ଦଳ ମଧ୍ୟରେ ଆଇପିଏଲରେ ଏ ଯାଏ ୨୨ଟି ମ୍ୟାଚ୍ ଖେଳାଯାଇଛି। ଏଥିରୁ କୋଲକାତା ୧୪ ମ୍ୟାଚ୍ ଜିତିଛି। ରେକର୍ଡ ଦେଖିଲେ ଆଜିର ମ୍ୟାଚରେ କୋଲକାତାର ପଲ୍ଲା ଭାରି ରହିଛି। ହେଲେ ଚଳିତ ସିଜିନରେ ଦୁଇ ଦଳ ମଧ୍ୟରେ ହୋଇଥିବା ପ୍ରଥମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତାକକୁ ୭ ଓ୍ଵିକେଟରେ ହରାଇଥିଲା।

 

Get real time updates directly on you device, subscribe now.