fbpx

ସିଜନ୍‌ର ପ୍ରଥମ ଶତକ ମାରିଲେ ହାରୀ ବ୍ରୁକ୍: କଲିକତା ଆଗରେ ୨୨୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ହାଇଦ୍ରାବାଦ୍‌

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ଆଜିର ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି କଲିକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଏହି ମୁକାବିଲାରେ ସନରାଇଜର୍ସ ପ୍ରଥମେ ବ୍ୟାଟିଂ କରି କଲିକତା ଆଗରେ ୨୨୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଚଳିତ ସିଜନ୍‌ରେ ହାରୀ ବ୍ରୁକ୍ ପ୍ରଥମ ଶତକ ହାସଲ କରିଛନ୍ତି । ହାରୀ ୫୫ ବଲ୍ ଖେଳି ୧୨ ଚୌକା ଏବଂ ୩ ଡ଼କା ସହାୟତାରେ ୧୦୦ ରନ୍ ସ୍କୋର କରି ଅପରାଜିତ ରହିଥିଲେ ।

ହାଇଦ୍ରାବାଦର ବ୍ୟାଟିଂ ଖରାପ ଆରମ୍ଭ ହୋଇଥିଲା। ଓପନର୍ ମାୟାନକ ଅଗ୍ରୱାଲ ଏବଂ ରାହୁଲ ତ୍ରିପାଠୀ ଉଭୟେ ୯ ରନ୍ କରି ଶସ୍ତାରେ ପ୍ୟାଭିଲିନ ଫେରି ଯାଇଥିଲେ, କିନ୍ତୁ ଏଠାରୁ ହାରୀ ବ୍ରୁକ୍ ଏବଂ ଅଧିନାୟକ ଏଡେନ ମାକ୍ରମ୍‌ ଭଲ ବ୍ୟାଟିଂ କରି କଲିକତା ଆଗରେ ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

Get real time updates directly on you device, subscribe now.