fbpx

ପ୍ରଥମ ଦିନିକିଆ: ଓପନିଂ ସ୍ଲଟକୁ ଫେରିବେ କେ ଏଲ୍ ରାହୁଲ, ବିଜୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଳୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆସନ୍ତା କାଲି ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ କେ ଏଲ୍ ରାହୁଲଙ୍କୁ ଅଧିନାୟକ ଭାବରେ ଚୟନ କରାଯାଇଛି । ରାହୁଲ ଅଧିନାୟକ ରହିଥିବା ବେଳେ ଦଳ ବିଜୟୀ ହେବାକୁ ପ୍ରୟାସ କରିବ । ଏହା ସହିତ ରାହୁଲ ପୁନର୍ବାର ନିଜର ନିୟମିତ ବ୍ୟାଟିଂ ପୋଜିସନକୁ ପ୍ରତ୍ୟାବର୍ତ୍ତନ କରିବେ । ବିଗତ ଦେଢ ବର୍ଷ ମଧ୍ୟରେ ରାହୁଲ ବିଭିନ୍ନ ସ୍ଥାନରେ ବ୍ୟାଟିଂ କରିଛନ୍ତି । ଓପନିଂରୁ ଆରମ୍ଭ କରି ୬ ନମ୍ବର ପର୍ଯ୍ୟନ୍ତ ରାହୁଲଙ୍କ ବ୍ୟାଟିଂ ଅର୍ଡର ପରିବର୍ତ୍ତନ ହୋଇଛି ।

ତେବେ ସାଉଥ୍ ଆଫ୍ରିକା ସିରିଜରେ ରୋହିତ ଶର୍ମା ଅନୁପସ୍ଥିତ ଥିବାରୁ ରାହୁଲ ଓପ୍ନର ଦାୟିତ୍ୱ ସମ୍ଭାଳିବା ନେଇ ଚର୍ଚ୍ଚା ହେଉଛି । ଅଧିନାୟକତ୍ୱର କୌଣସି ଅତିରିକ୍ତ ଚାପ ନାହିଁ । ଧୋନି ଏବଂ କୋହଲିଙ୍କ ଅଧିନାୟକତ୍ୱରୁ ଯାହାବି ଶିଖିଛି ତାହା କରିବାକୁ ଚେଷ୍ଟା କରିବି ବୋଲି ରାହୁଲ କହିଛନ୍ତି । ଏହା ସହିତ ପ୍ରଥମ ଦିନିକିଆରେ ରାହୁଲଙ୍କ ସହିତ ଋତୁରାଜ ଗାଏକ୍ୱାଡ କିମ୍ବା ଶିଖର ଧୱନ ଓପନିଂ କରିବାର ସମ୍ଭାବନା ରହିଛି । ଭାରତୀୟ ସମୟ ଦିନ ୨.୦୦ରେ ଏହି ମ୍ୟାଚ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟରେ ରାହୁଲ ଅଧିନାୟକ ରହିଥିବା ବେଳେ ଭାରତୀୟ ଦଳ ପରାଜିତ ହୋଇଥିଲା ।

Get real time updates directly on you device, subscribe now.