ହେ ଭଗବାନ! ୫୯୬ ଟଙ୍କା ପିଜାରେ ଛୁରୀ… ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଅନଲାଇନ୍ ଅର୍ଡ଼ର ଦେଲା ଧୋକା । ପିଜାରେ ଧାରୁଆ ଜିନିଷ ଦେଖି ହୋଇଗଲେ ଚକିତ ।

ନୂଆଦିଲ୍ଲୀ: ପୁଣେର ପିମ୍ପରି ଚିଞ୍ଚୱଡ଼ରୁ ଏକ ଚକିତ କଲା ଭଳି ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଅନଲାଇନ୍ ପିଜା ଅର୍ଡ଼ର୍ର କରିଥିବା ପଡ଼ିଲା ମହଙ୍ଗା ।

ଦାନ୍ତରେ କ’ଣ ଅଟକିଲା?

ଶୁକ୍ରବାର ଅରୁଣ କାପସେ ନାମକ ଜଣେ ବ୍ୟକ୍ତି ଅନଲାଇନ୍ ପିଜା ଅର୍ଡ଼ର କରିଥିଲେ । ଏଥିପାଇଁ ସେ ଅନଲାଇନ୍ ୫୯୬ ଟଙ୍କା ପୈଠ କରିଥିଲେ ।

କିନ୍ତୁ ପିଜା ଖାଇବା ସମୟରେ ତାଙ୍କ ଦାନ୍ତରେ ଏକ ଧାରୁଆ ଜିନିଷ ଅଟକିଥିଲା । ସେ ସାମାନ୍ୟ ଆଘାତପ୍ରାପ୍ତ ମଧ୍ୟ ହୋଇଥିଲେ । ଏହା ଏକ ଧାରୁଆ ଛୁରୀର ଅଂଶ ଥିଲା ।

ମ୍ୟାନେଜରଙ୍କୁ ଝଟକା: ଏହି ଘଟଣାକୁ ନେଇ ଉକ୍ତ ବ୍ୟକ୍ତି ପିଜା କମ୍ପାନୀର ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ । ପ୍ରଥମେ ମ୍ୟାନେଜର ଅଭିଯୋଗକୁ ବିଶ୍ୱାସ କରୁନଥିଲେ ।

ପରେ ଅରୁଣ ପିଜା କମ୍ପାନୀର ମ୍ୟାନେଜରଙ୍କୁ ଫଟୋ ପଠାଇବା ପରେ ତାଙ୍କୁ ବଡ଼ ଝଟକା ଲାଗିଥିଲା ।

ଏହା ପରେ ମ୍ୟାନେଜର ଯଥାଶୀଘ୍ର ଅଭିଯୋଗକାରୀଙ୍କ ଘରେ ପହଞ୍ଚି ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ ନ କରିବା ପାଇଁ ନିବେଦନ କରିଥିଲେ ।

ମାମଲାକୁ ଚପାଇବା ପାଇଁ ଚେଷ୍ଟା: ଅଭିଯୋଗକାରୀ ଅରୁଣଙ୍କ କହିବାନୁଯାୟୀ ମ୍ୟାନେଜର ଜଣଙ୍କ ନିଜ ଭୁଲ ସ୍ୱୀକାର କରିଥିଲେ । ଏହି ଘଟଣାକୁ ନେଇ ଅଭିଯୋଗକାରୀ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ।

କିନ୍ତୁ ମ୍ୟାନେଜର ଜଣଙ୍କ ଏହି ଘଟଣାକୁ ଚପାଇବା ପାଇଁ ଅଭିଯୋଗକାରୀଙ୍କୁ ନେହୁରା ହୋଇଥିଲେ । ଶାନ୍ତିପୂର୍ଣ୍ଣ ଭାବେ ଏହି ମାମଲାର ସମାଧାନ କରିବା ପାଇଁ ଅଭିଯୋଗକାରୀଙ୍କୁ ମନାଇଥିଲେ ।