fbpx
BSKY SKY
BSKY SKY

ଏହି ଉପାୟରେ କରନ୍ତୁ ମାଛ ଚାଷ, ନିବେଶରୁ ତିନି ଗୁଣା ଅଧିକ ହେବ ହେବ ଲାଭ

BSKY

ଭାରତ ଏକ କୃଷି ପ୍ରଧାନ ଦେଶ ଅଟେ । ଏଠାରେ ପ୍ରାୟ ୫୫ ରୁ ୬୦ ପ୍ରତିଶତ ଜନସଂଖ୍ୟା କୃଷିକାର୍ଯ୍ୟ ଉପରେ ନିର୍ଭର କରନ୍ତି । ଏମିତିରେ ମାଛ ଚାଷ ଏକ ଭଲ ଉପାୟ ହୋଇପାରେ ।

ମାଛ ଚାଷ ପାଇଁ ଜରୁରୀ ଜିନିଷ:

ମାଛ ଚାଷ ପାଇଁ ସର୍ବପ୍ରଥମେ ପୋଖରୀ କିମ୍ବା ଟାଙ୍କି ନିର୍ମାଣ କରିବାକୁ ହେବ । ପ୍ରଥମେ ପୋଖରୀ କିମ୍ବା ମାଛକୁ ରଖିବା ପାଇଁ ସ୍ଥାନ ପ୍ରସ୍ତୁତ କରନ୍ତୁ । ଏହା ପରେ ବିଶେଷଜ୍ଞଙ୍କ ପରାମର୍ଶରେ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟ ପାଳନ କାର୍ଯ୍ୟ ଆରମ୍ଭ କରିପାରିବେ ।

ଏହି ଟେକନିକ୍ ର କରନ୍ତୁ ବ୍ୟବହାର

ମାଛ ଚାଷ ପାଇଁ ଅନେକ ଟେକନିକ୍ ଉପଲବ୍ଧ । ମତ୍ସ୍ୟ ବିଭାଗ ସବୁବେଳେ କୃଷକଙ୍କୁ ବାୟୋ ଫ୍ଲାକ୍ ଟେକନିକ୍ ଦ୍ୱାରା ମାଛ ଚାଷ କରିବାକୁ ପ୍ରୋତ୍ସାହିତ କରିଥାଏ । ଏହାର ସବୁଠୁ ବଡ଼ କଥା ହେଉଛି ଏଥିପାଇଁ କମ ପାଣି, କମ୍ ଜାଗା, କମ୍ ସମୟ ରେ ଅଧିକ ଲାଭ ଉଠାଯାଇପାରିବ ।

୩ ଗୁଣା ହୋଇପାରିବ ଲାଭ

ବିଶେଷଜ୍ଞଙ୍କ ଅନୁଯାୟୀ ପୋଖରୀ ନିର୍ମାଣ ପାଇଁ ପ୍ରାୟ ୫୦-୬୦ ହଜାର ଖର୍ଚ୍ଚ ହୋଇଥାଏ । ଅନେକ ରାଜ୍ୟ ସରକାର ପୋଖରୀ ଖୋଳିବା ପାଇଁ ସବସିଡି ମଧ୍ୟ ଯୋଗାଉଛନ୍ତି । ଏମିତିରେ କୃଷକଙ୍କ ପେଇଁ ମାଛ ଚାଷ ଏକ ଲାଭଦାୟକ ହୋଇପାରେ । ଯଦି ଆପଣ ୧ ଲକ୍ଷ ଟଙ୍କା ବି ମାଛ ଚାଷରେ ଲଗାଉଛନ୍ତି ତେବେ ଆପଣଙ୍କୁ ଏହାର ୩ ଗୁଣା ଲାଭ ମିଳିବ ।

ମାଛ ପାଇଁ ଉପଲବ୍ଧ ବଜାର

ଭାରତରେ ମାଛ ଅନେକ ରାଜ୍ୟରେ ଖାଇଥାନ୍ତି । ଏମିତିରେ ହୋଟେଲ ଏବଂ ଦୋକାନୀଙ୍କୁ ମାଛ ବିକ୍ରି କରିପାରିବେ । ସେହିଭଳି ଅନେକ ଦେଶକୁ ଭାରତରୁ ମାଛ ରପ୍ତାନୀ ମଧ୍ୟ ହୋଇଥାଏ । ଏହାଛଡ଼ା କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷକଙ୍କୁ ଆତ୍ମନିର୍ଭର କରିବା ପାଇଁ ଏହି କ୍ଷେତ୍ରରେ ଅନେକ ଯୋଜନା ମାଧ୍ୟମରେ ଲାଭ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ।

 

Get real time updates directly on you device, subscribe now.