fbpx

ସାଇକେଲ ଚଳାଇ ରୁବିକ୍ କ୍ୟୁବ ସଲ୍ଭ କଲେ ଯୁବକ: ଗିନିଜ ବୁକ୍ ଅଫ ରେକର୍ଡରେ ହେଲେ ସାମିଲ, ଭିଡିଓ

ନୂଆଦିଲ୍ଳୀ: ରୁବିକ୍ କ୍ୟୁବ୍ ସଲ୍ଭ କରିବା ସାଧାରଣ ମଣିଷ ପାଇଁ ଅତ୍ୟନ୍ତ କାଠିକର ବ୍ୟାପାର । ତେବେ ଏହି କଷ୍ଟକର ଜିନିଷକୁ ଅତ୍ୟନ୍ତ ସହଜ ବନେଇ ଦେଇଛନ୍ତି ଚେନ୍ନାଇର ଜନୈକ ଯୁବକ । ମାତ୍ର ୧୪.୩୨ ସେକେଣ୍ଡର ସମୟ ନେଇ ଯୁବକ ଜଣଙ୍କ ରୁବିକ୍ କ୍ୟୁବ୍ ସମାଧାନ କରିଥିଲେ । ଚେନ୍ନାଇର ଏହି ବାଳକ ଜଣଙ୍କର ଭିଡିଓକୁ ଗିନିଜ ବୁକ୍ ଅଫ୍ ରେକର୍ଡସର ଇନଷ୍ଟା ୱେବସାଇଟରେ ମଧ୍ୟ ଅପଲୋଡ୍ କରାଯାଇଛି । ରୁବିକ୍ କ୍ୟୁବ ସଲ୍ଭ କରିବା କଷ୍ଟକର ଜିନିଷ । ସାଇକେଲ ଚଳାଇ ଏହାକୁ ମାତ୍ର ୧୪ ସେକେଣ୍ଡର ସମୟରେ ସଲ୍ଭ କରିବା ସହିତ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ସାମିଲ କରିଛନ୍ତି । ଜୟଦର୍ଶନ ଭେଙ୍କଟେସାନ ନାମକ ଏହି ବାଳକ ଜଣଙ୍କ ବାଇ ସାଇକେଲ ଚଲାଇବା ସହିତ ଅତ୍ୟନ୍ତ ଆରାମରେ କ୍ୟୁବକୁ ସଲ୍ଭ କରିଥିଲେ ।

ସ୍ପିଡ୍ କ୍ୟୁବିଙ୍ଗ ବର୍ଗରେ ସାଇକେଲ ଚାଳନା ପାଇଁକ ଜୟଦର୍ଶନଙ୍କ ନାମ ଗିନିଜ ବୁକରେ ସାମିଲ କରାଯାଇଥିବା ନେଇ କୁହାଯାଇଛି । ଜୟଦର୍ଶନ ବିଗତ ଦୁଇ ବର୍ଷ ଧରି ନିଜର ଦକ୍ଷତା ବୃଦ୍ଧି ଉପରେ ପରିଶ୍ରମ କରୁଥିଲେ । ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ୨୬୨ ହଜାର ଲୋକ ଲାଇକ୍ କରି ସାରିଛନ୍ତି ।

Get real time updates directly on you device, subscribe now.