fbpx

ଆଜିଠୁ ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ: ୟୁକ୍ରେନ ଏବଂ ଚୀନକୁ ନେଇ ମୋଦିଙ୍କ ସହ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୧୪ତମ ଭାରତ-ଜାପାନ ଶିଖର ବୈଠକରେ ଭାଗ ନେବା ନେଇ ସୂଚନା ଦେଇଛନ୍ତି ବିଦେଶୀ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ । ଏହି ବୈଠକରେ ଦ୍ୱିପ।କ୍ଷିକ ସମ୍ପର୍କର ବିଭିନ୍ନ ଦିଗକୁ ସମୀକ୍ଷା କରି ଆଗେଇ ନେବାର ଯୋଜନା କରାଯିବ ।

Japan's PM Fumio Kishida To Visit India On March 19 For 14th India-Japan Annual Summit

ଏହି ବୈଠକରେ ଉଭୟଙ୍କ ମଧ୍ୟରେ ବର୍ତ୍ତମାନ ଋଷ-ୟୁକ୍ରେନ ଯୁଦ୍ଧ ନେଇ ମଧ୍ୟ ଆଲୋଚନା ହୋଇପାରେ । ଚୀନର ଗତିବିଧି ଏବଂ କାର୍ଯ୍ୟକଳାପ ମଧ୍ୟ ଉଭୟଙ୍କର ଏକ ଆଲୋଚନାର ବିଷୟ ହୋଇପାରେ । ସେପଟେ ଜାପାନ ଋଷ ପାଇଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗୁ କରିଛି । କିନ୍ତୁ ଭାରତ କୌଣସି ପକ୍ଷକୁ ସହଯୋଗ କରୁ ନଥିବା ଦେଖାଯାଇଛି । ହିନ୍ଦ ପ୍ରଶାନ୍ତ ଅଞ୍ଚଳର ପରିସ୍ଥିତିକୁ ଲକ୍ଷ୍ୟ କଲେ ଭାରତ ଏବଂ ଜାପାନ ମଧ୍ୟରେ ଥିବା ସୁସମ୍ପର୍କକୁ ବୁଝିହୁଏ । ତେବେ ଉଭୟ ଏ ଘନିଷ୍ଠତାକୁ ନେଇ ଆଉ ଏକ ଆଳୋଚନା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.