fbpx
BSKY
BJD SHG SKY
BJD YOUTH SKY

କିଏ ଏହି ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର ? ଯିଏ ମିଲିଟାରୀ ଅପରେସନର ନିର୍ଦ୍ଦେଶକ ପଦ ସମ୍ଭାଳିବେ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାରଙ୍କୁ ମିଲିଟାରୀ ଅପରେସନର ପରବର୍ତ୍ତୀ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। କଟିୟାର ମେ ୧ରେ ନିଜର କାର୍ଯ୍ୟଭାର ଗ୍ରହଣ କରିବେ। ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ମିଲିଟାରୀ ଟ୍ରେନିଂ ପୂରା କରିବା ପରେ ଜେନେରାଲ କଟିୟାରଙ୍କୁ ୧୯୮୬ରେ ରାଜପୁତ ରେଜିମେଣ୍ଟର ୨୩ତମ ବାଟାଲିୟମରେ ନିଯୁକ୍ତ କରାଯାଇଥିଲା। ନିଜର ୩୬ ବର୍ଷର କ୍ୟାରିୟରରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର ଅନେକ ଥର କୁଶଳ ସୈନ୍ୟ ପ୍ରଶାସନର ଉଦାହରଣ ଦେଇ ଅନେକ ଆହ୍ଵାନପୂର୍ଣ୍ଣ ମିଲିଟାରୀ ଅପରେସନକୁ ସଫଳ କରିଛନ୍ତି।

କଟିୟାରଙ୍କୁ କୃଶଳ ନେତୃତ୍ଵ କାରଣରୁ ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଛି। ଜେନେରାଲ ଅଫିସର ଜାମ୍ମୁ-କାଶ୍ମୀର ବ୍ୟତୀତ ଅରୁଣାଚଳ ପ୍ରଦେଶ ସଂଲଗ୍ନ ଏଲଓସିରେ ଦୁଇ ଥର କମ୍ପାନୀ ସହିତ କମାଣ୍ଡ ସମ୍ଭାଳିଛନ୍ତି। ଏହା ବ୍ୟତୀତ ଜେନେରାଲ ଅଫିସର ଇନଫ୍ରାଣ୍ଟି ବ୍ରିଗେଡ୍ ଏବଂ ରିଜର୍ଭ ମାଉଣ୍ଟେନ ଡିଭିଜନର ମଧ୍ୟ କମାଣ୍ଡ ସମ୍ଭାଳିଛନ୍ତି। ସେ ଆମେରିକାର ନ୍ୟାସନାଲ ଓ୍ଵାର କଲେଜରୁ ସ୍ନାତକ ହାସଲ କରିଛନ୍ତି।

ଏହା ପୂର୍ବରୁ ସୋମବାର ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ସେନା ପ୍ରମୁଖ ଭାବେ ନିଯୁକ୍ତ କରାଯାଇଥିଲା। ସେ ମେ ୧ରେ କାର୍ଯ୍ୟଭାର ଗ୍ରହଣ କରିବେ। ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ବର୍ତ୍ତମାନ ସ୍ଥଳସେନାଧ୍ୟତ୍ର ଏମଏମ ନରଓ୍ଵଣେଙ୍କ ସ୍ଥାନ ନେବେ। ନରଓ୍ଵଣେ ଏପ୍ରିଲ ୩୦ରେ କାର୍ଯ୍ୟରୁ ଅବସର ନେବେ। ଏମଏମ ନରଓ୍ଵଣେଙ୍କୁ ଭାରତର ପରବର୍ତ୍ତୀ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ନିଯୁକ୍ତ କରାଯାଇପାରେ। ଜେନେରାଲ ବିପିନ ରାଓ୍ଵତ ସହିଦ ହେବା ପରଠୁ ଡିସେମ୍ବରରୁ ଦେଶର ସିଡିଏସ ପଦ ଖାଲି ପଡିଛି।

Get real time updates directly on you device, subscribe now.