fbpx

ଅପରାଧୀଙ୍କୁ ଛୋଟା କରୁଛି ୟୁପି ପୋଲିସର ଅପରେସନ ‘ଲଙ୍ଗଡା’: ୨୦୧୭ ରୁ ୨୨ ଭିତରେ ଗୁଳିଖାଇଲେଣି ୩ ହଜାରରୁ ଅଧିକ ଅପରାଧୀ

ନୂଆଦିଲ୍ଲୀ: ଅପରେସନ ‘ଲଙ୍ଗଡା’ । କଣ ଏହି ଅପରେସନ ଲଙ୍ଗଡା । ଏହା କି ପ୍ରକାରର ଅପରେସନ । ଯାହାର ନାଁ ଶୁଣିଲେ ଥରି ଉଠେ ଅପରାଧୀଙ୍କ ଛାତି । ହଁ ଆଜ୍ଞା ପୋଲିସର ଏହା ଏଭଳି ଏକ ଅପରେସନ ଯାହା ଅପରାଧୀଙ୍କୁ ଭୟଭୀତ କରାଇ ରଖିଛି । ଏହା ହେଉଛି ୟୁପି ପୋଲିସର ଏନ୍କାଉଣ୍ଟର ଅପରେସନ ‘ଲଙ୍ଗଡା’ । ୟୁପି ପୋଲିସର ଏହି ଅପରେସନ ଆରମ୍ଭ ହେବା ଦିନଠାରୁ ଖୁବ ଚର୍ଚ୍ଚାରେ ରହି ଆସିଛି ।

ପ୍ରକୃତରେ ଗୁଳିଫୁଟାଇ ଅପରାଧୀଙ୍କୁ ଛୋଟା କରିବା ଟାର୍ଗେଟରେ ଏହି ଅରେସନକୁ ଆରମ୍ଭ କରିଥିଲା ୟୁପି ପୋଲିସ । ତେବେ ୨୦୧୭ ମସିହାରୁ ଆରମ୍ଭ ହୋଇଛି ଏହି ଅପରେସନ ଲଙ୍ଗଡ଼ା । କହି ପାରିବା ଯୋଗୀ ସରକାରଙ୍କ ରାଜ୍ ସମୟରେ ବଦମାସମାନଙ୍କୁ ଶିକ୍ଷା ଦେବା ପାଇଁ କରାଯାଇଛି ଏହି ତଗଡା ବନ୍ଦୋବସ୍ତ । ୨୦୧୭ ରୁ ୨୨ ଭିତରେ ହେଲାଣି ୮,୪୭୨ ଏନକାଉଣ୍ଟର । ଆଉ ଗୁଳି ଖାଇଲେଣି ୩,୩୦୨ ଅପରାଧୀ । ମୃତ୍ୟୁମୁଖରେ ପଡିଲେଣି ୧୪୨ ହାର୍ଡ କୋର୍ କ୍ରିମିନାଲ । ଏହା ସହିତ ଏହାର ସଂଖ୍ୟା ଆହୁରି ବଢି ବଢି ଚାଲୁଛି ।

ଯୋଗୀ ରାଜରେ ଏହା ହେଉଛି ଅରାଧୀଙ୍କର ଫଇସଲା ଅନ ଦି ସ୍ପଟ । ଏହି ଅପରାସନରେ ପୋଲିସକୁ ମିଳିଛି ଡାଇରେକ୍ଟ ଅର୍ଡର । ଏହି ଅପରେସନ ଲଙ୍ଗଡାରେ ପୋଲିସ ଟାର୍ଗେଟ କରିଥାଏ ସିଧା ଅପରାଧୀଙ୍କୁ ଗୋଡକୁ । ଏହା ହେଉଛି ୟୁପି ପୋଲିସର ଅନଅଫିସିଆଲ ଅପରେସନ । ଯେଉଁଥିରେ ଏଯାଏଁ ୩୦୦୦ ପେଶାଦାର ଅପରାଧୀଙ୍କୁ ଛୋଟା କରିସାରିଲାଣି ୟୁପି ପୋଲିସ । ଆଉ ଏବେ ଯାଏଁ ପୋଲିସ ଗୁଳିରେ ୧୪୨ ହାର୍ଡ କୋର ଅପରାଧୀ ମୃତ୍ୟୁର ନିଦରେ ଶୋଇ ସାରିଲେଣି । ଏହା ସହିତ ୨୦୨୧ ଅଗଷ୍ଟ ୧୨ ରେ ୫୦୦୦୦ ହଜାର ଇନାମ ଥିବା ଅପସାରୁଦ୍ଦିନକୁ ଗୁଳିମାଡ କରି ଏନକାଉଣ୍ଟର କରିଥିଲା ୟୁପି ପୋଲିସ ।

ଆଉ ପୁଣି ୨୦୨୧ ଅଗଷ୍ଟ ୮ରେ ଅପରାଧୀ ମଣିରାମ, ଯାହା ଉପରେ ୫୦ ହଜାରରୁ ଅଧିକ ଆର୍ଥିକ ପୁରସ୍କାର ଏବଂ ୩୫ ଟି କେସ ଥିଲା ତାକୁ ବି ସମାନ ଢଙ୍ଗରେ ଧରିଥିଲା ୟୁପି ପୋଲିସ । ସେହି ବର୍ଷ ଅଗଷ୍ଟ ୪ ରେ ସଚିନ ଚୌହ୍ୱାନଙ୍କୁ ମଧ୍ୟ ଏନକାଉଣ୍ଟର କରିଥିଲା ୟୁପି ପୋଲିସ ।

ତେବେ ସରକାରୀ ସୁତ୍ର ନୁହେଁ ବେସରକାରୀ ଢଙ୍ଗରେ ଏହି ଏନକାଉଣ୍ଟର କରି ଚାଲିଛି ୟୁପି ପୋଲିସ । ଏହି ଅରେସନ ମାଧ୍ୟମରେ ୟୁପି ପୋଲିସଙ୍କ ପାଇଁ ଅପରାଧୀଙ୍କ ମନରେ କୋକୁଆ ଭୟ ରହିଛି । ଏଠାରେ ଯଦି କହିବା ଏଭଳି ଏକ ଅପରେସନ ଲଙ୍ଗଡା ଉପରେ ସରକାରୀ ସ୍ତରରେ କୌଣସି ବି ପୋଲିସ ଅଧିକାରୀ ଆଜି ଯାଏଁ ନିଜର ପ୍ରତିକ୍ରିୟା ରଖିନାହାନ୍ତି ।

ତେବେ ଏଭଳି ଏକ ଖାସ୍ ଅପରେସନ ପାଇଁ ୟୁପି ପୋଲିସର କହିବା ହେଲା, ଗୁଳି ଫୁଟାଇ ଅପରାଧୀଙ୍କୁ ଛୋଟା କରିବା କେବଳ ଅପରାଧୀଙ୍କୁ ଧରିବା ହିଁ ଗୋଟିଏ ଲକ୍ଷ୍ୟ । ନା କି ତାଙ୍କୁ ଜୀବନରୁ ମାରି ଦେବା । ତେବେ ସରକାରୀ ହିସାବ କହୁଛି ଏନକାଉଣ୍ଟରେ ୨୩୯ ଲୋକଙ୍କ ମୃତ୍ୟୁ ୨୦୧୭ରୁ ଏଯାଏଁ ହୋଇସାରିଲାଣି । ଏଠାରେ ସବୁଠାରୁ ବଡ଼ କଥା ହେଲା, ସୁପ୍ରିମକୋର୍ଟ ମଧ୍ୟ ୟୁପି ପୋଲିସର ଏହି ଆକ୍ସନ ଷ୍ଟାଇଲ ଉପରେ କାର୍ଯ୍ୟାନୁଷ୍ଠାନର ତଦନ୍ତ ଆଦେଶ ଦେଇଥିଲେ । ଯାହାକୁ କି ସେ ସମୟରେ ଅନେକ ନାପସନ୍ଦ ମଧ୍ୟ କରିଥିଲେ । ଆଉ କହିଥିଲେ ‘ଅପରାଧୀ ୟୋ ଙ୍କୋ ଠୋକ ଦୋ’ । ଯୋଗୀ ସରକାରଙ୍କ ନିର୍ବାଚନରେ ଗୋଟିଏ ହିଁ ମୁଦ୍ଦା ରହିଥାଏ, ୟୁପିରେ ଅପରାଧର ନିୟନ୍ତ୍ରଣ । ତେବେ ୟୁପିର ବରେଲି, ଗୋରଖପୁର , ଆଗ୍ରା, ଗାଜିଆବାଦରେ ଏହି ଏନକାଉଣ୍ଟର ଲଙ୍ଗଡା ଜୋରସୋରରେ ସକ୍ରିୟ ଥିବା ଲକ୍ଷ୍ୟ କରାଯାଇଛି । ତେବେ ଏହି ଏନକାଉଣ୍ଟରେ ଗୋଟିଏ ମୁଖ୍ୟ ନା ଥିଲା ବିକାଶ ଦୁବେର ଏବଂ ଏହି ନାଁ ସବୁଠୁ ଚର୍ଚ୍ଚିତ ମଧ୍ୟ ଥିଲ । ଅପରେସନ ସମୟରେ ବିକାଶ ଦୁବେ ଥିବା ଗାଡିଟି ଓଲଟି ଯାଇଥିଲା ଓ ବିକାଶ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ସେହି ସମୟରେ କରିଥିଲା ଏନକାଉଣ୍ଟର । ଯେଉଁଥିରେ ବିକାଶ ଦୁବେର ମୃତ୍ୟୁ ହୋଇଥିଲା । ତେବେ ଦେଖାଯାଉ ୟୁପି ଷ୍ଟାଇଲର ଏହି ଏନକାଉଣ୍ଟର ‘ଲଙ୍ଗଡା’  ଷ୍ଟାଇଲ କେବେ ଆପଣାଉଛି ଓଡିଶା ପୋଲିସ ।

Get real time updates directly on you device, subscribe now.