fbpx

ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି କି’? ୧୦ ଲକ୍ଷ ପର୍ଯ୍ୟନ୍ତ ମିଳିପାରିବ ଲୋନ୍, ଜାଣନ୍ତୁ କ’ଣ ଏହି ଯୋଜନା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଅର୍ଥ ଆବଶ୍ୟକ କରୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ କେନ୍ଦ୍ର ସରକାରଙ୍କ ତରଫରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ସହାୟତା ପାଇପାରିବେ । ଗରିବ ଶ୍ରେଣୀ ତଥା ଦେଶର ସବୁ ବର୍ଗଙ୍କ ପାଇଁ ସରକାର ଅନେକ ପ୍ରକାରର ଯୋଜନା ପରିଚାଳନା କରୁଛନ୍ତି । ବନ୍ଦ ବ୍ୟବସାୟ କିମ୍ବା ବ୍ୟବସାୟକୁ ପୁଣିଥରେ କାର୍ଯ୍ୟକ୍ଷମ କରିବା ପାଇଁ କରିବା ପାଇଁ କେନ୍ଦ୍ର ସରକାର ଦେଉଛନ୍ତି ସୁଯୋଗ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିପରି ଆପଣ ୧୦ ଲକ୍ଷ ଟଙ୍କାର ଲାଭ ଉଠାଇ ପାରିବେ ।

ଛୋଟ ବ୍ୟବସାୟ ଆରମ୍ଭ କରିବାକୁ କିମ୍ବା ପୁରୁଣା ବ୍ୟବସାୟକୁ ବୃଦ୍ଧି କରିବାକୁ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି । ଏହି ୧୦ ଲକ୍ଷ ଟଙ୍କା ଆପଣ ଲୋନ୍ ଭାବରେ ପାଇବେ । ଆଉ ସରକାରଙ୍କ ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (PMMY Scheme)।

ମୁଦ୍ରା ଯୋଜନା ଅନୁଯାୟୀ ଏହି ଲୋନ୍ ବିନା ଗ୍ୟାରେଣ୍ଟିରେ ମିଳିପାରିବ । ଏହା ଛଡ଼ା ଏଥିପାଇଁ କୌଣସି ପ୍ରୋସେସିଂ ଚାର୍ଜ ମଧ୍ୟ ନାହିଁ । ମୁଦ୍ରା ଯୋଜନାରେ ଋଣ ସୁଝିବାର ଅବଧି ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇପାରିବ । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ କୌଣସି ନିଶ୍ଚିତ ସୁଧ ହାର ନାହିଁ । ବ୍ୟାଙ୍କ ମୁଦ୍ରା ଲୋନ୍ ପାଇଁ ଭିନ୍ନ ଭିନ୍ନ ସୁଧ ନେଇପାରେ । ତେବେ ସାଧାରଣତଃ ଏଥିରେ ସର୍ବନିମ୍ନ ୧୨% ସୁଧ ରହିଛି ।

ତିନି ଶେଣୀରେ ମିଳିପାରିବ ଲୋନ୍ :

ଏଥିରେ ପ୍ରଥମ ଶେଣୀରେ ରହିଛି ଶିଶୁ ଲୋନ୍ , ଦ୍ୱିତୀୟରେ କିଶୋର ଲୋନ୍ ଏବଂ ତୃତୀୟରେ ତରୁଣ ଲୋନ୍ ରହିଛି ।

୧.         ଶିଶୁ ଲୋନ୍ ଯୋଜନା- ଏହି ଯୋଜନା ଅନ୍ତର୍ଗତ  ଆପଣଙ୍କୁ ୫,୦୦୦୦ ପର୍ଯ୍ୟନ୍ତ ଟଙ୍କା ମିଳିପାରିବ ।

୨.         କିଶୋର ଲୋନ୍ – ଏହି ଯୋଜନାରେ ୫୦୦୦୦ରୁ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିପାରିବ ।

୩.         ତରୁଣ ଲୋନ୍ ଯୋଜନା- ତରୁଣ ଲୋନ ଯୋଜନାରେ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ ମିଳିପାରିବ ।

ଏହି ଯୋଜନା ସାଧାରଣତଃ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଆରମ୍ଭ କରାଯାଇଛି । ଦୋକାନୀ, ଫଳ ତଥା ପନିପରିବା ବିକ୍ରେତା, ଲଘୁ ଉଦ୍ୟୋଗ, ଫୁଡ୍ ପ୍ରୋସେସିଂ ୟୁନିଟ ଆରମ୍ଭ କରିବା ପାଇଁ ଏହି ଯୋଜନା ଅନୁଯାୟୀ ଲୋନ ନେଇପାରିବେ ।

ଆପଣ ଏହି ଯୋଜନାକୁ ସରକାରୀ ବ୍ୟାଙ୍କ, ବେସରକାରୀ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କରୁ ନେଇପାରିବେ । ମୁଦ୍ରା ଯୋଜନା ପାଇଁ ଆରବିଆଇ ୨୭ ଟି ସରକାରୀ ବ୍ୟାଙ୍କ, ୧୭ ଟି ବେସରକାରୀ ବ୍ୟାଙ୍କ, ୩୧ ଟି ଗ୍ରାମୀଣ ବ୍ୟାଙ୍କ, ୪ ଟି ସମବାୟ ବ୍ୟାଙ୍କ, ୩୬ ଟି ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନ ଏବଂ ୨୫ ଟି ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ (NBFC) କୁ ଅନୁମତି ଦେଇଛି। ତେବେ କିଶୋର ଲୋନ୍ , ଶିଶୁ ଲୋନ୍ ଏବଂ ତରୁଣ ଲୋନ୍ ପାଇଁ ଅଲଗା ଅଲଗା ଫର୍ମ ପୂରଣ କରିବାକୁ ପଡ଼ିବ । ଏହାପରେ ବ୍ୟାଙ୍କ ମ୍ୟାନେଜର ଆପଣଙ୍କୁ ଆପଣ କରିବାକୁ ଚାହୁଥିବା ବ୍ୟବସାୟ ବିଷୟରେ ସମସ୍ତ ସୂଚନା ନେବା ପରେ ଆପଣଙ୍କୁ ଏହି ଲୋନ୍ ମିଳିପାରିବ ।

Get real time updates directly on you device, subscribe now.