fbpx

ଶିକ୍ଷକଙ୍କୁ ମିଳିବ ଅଗ୍ରାଧିକାର ଭିତ୍ତିରେ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷକଙ୍କୁ ଅଗ୍ରାଧିକାରରେ ଟୀକା ଦେବାକୁ ଆମେ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛୁ । ପ୍ରଥମରୁ ଡ଼ି ଇ ଓ ମାନଙ୍କ ବୈଠକରେ ଏ ସମର୍କରେ କୁହାଯାଇଥିଲା । ପିଲାଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୁର୍ଣ ତେଣୁ ଅଧିକାଂଶ ଶିକ୍ଷକ ଟୀକା ନେଇ ସାରିଛନ୍ତି । ଯେଉଁମାନେ ବାକି ଅଛନ୍ତି ଦ୍ଵିତୀୟ ଡୋଜ ନେବାରେ ସେମାନେ କେମିତି ନେବେ ତାହା ହେଉଛି ବର୍ତମାନର ପ୍ରାଥମିକତା । ଏସଓପିରେ ଲେଖା ହୋଇନି ଟୀକା ନେଇ ନଥିଲେ ଶିକ୍ଷକ ସ୍କୁଲ ଆସି ପାରିବେନି ।

୨୬ରୁ ସ୍କୁଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ । କାଗଜରେ ହେଉ, ଟେଲିଫୋନ ଅଥବା ହଟସଆପ ଅଭିଭାବକଙ୍କ ଅନୁମତି ମିଳିବ ଜରୁରୀ । ସ୍କୁଲ ଆସିବା ଓ ହଷ୍ଟେଲରେ ପିଲା ରହିବା ପାଇଁ କନସେଣ୍ଟ ଫର୍ମ ବାଧ୍ୟତାମୂଳକ । ହଷ୍ଟେଲ ଖୋଲିବା ନେଇ ଏସଓପି ମଧ୍ୟ ଜାରି ହୋଇ ସାରିଛି । ଆଇସିଏମ୍ଆରର ତଥ୍ୟ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏକ ପ୍ରକାର ଆଲୋଚନା ଚାଲିଛି । ଏନେଇ କୌଣସି ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କ ନିକଟକୁ ଆସିନାହିଁ । ତର୍ଜମା ଚାଲିଛି ନିର୍ୟ୍ୟାସ ଆସିଲେ ରାଜ୍ୟ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

Get real time updates directly on you device, subscribe now.